ଅଣପାରମ୍ପରିକ ହାଇଡ୍ରୋକାର୍ବନ ଅନୁସନ୍ଧାନ ଓ ବିକାଶ ନୀତିର ରୂପରେଖକୁ କ୍ୟାବିନେଟ ଅନୁମୋଦନ
ଭୁବନେଶ୍ୱର,୧/୮(ସକାଳଖବର):ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଶେଲ ଅଏଲ/ଗ୍ୟାସ, କୋଲ ବେଡ ମିଥେନ ଭଳି ଅଣ-ପାରମ୍ପରିକ ହାଇଡ୍ରୋକାର୍ବନ ଅନୁସନ୍ଧାନ ଏବଂ ବିକଶିତ କରିବା ଲାଗି ଆବଶ୍ୟକ ନୀତି ରୂପରେଖକୁ ମଞ୍ଜୁରି ଦେଇଛନ୍ତି । ବର୍ତମାନର କ୍ଷେତ୍ରଫଳରେ ଅଣ-ପାରମ୍ପରିକ ହାଇଡ୍ରୋକର୍ବନ କ୍ଷମତାକୁ ଦୋହନ କରିବା ସମ୍ପର୍କରେ ବର୍ତମାନର ଲାଇସେନ୍ସଧାରୀ/ପ...ାଧାରୀ ଠିକାଦାରମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଚଳିତ ଉପôାଦନ ଭାଗିଦାରୀ କଂଟ୍ରାକ୍ଟ, ସିଭିଏମ କଂଟ୍ରାକ୍ଟ ଏବଂ ନାମିତ କ୍ଷେତ୍ର ଅଧିନରେ ଏହାର ଅନୁପାଳନ କରାଯିବ । ଲାଭ : ଏହି ନୀତି ଦ୍ୱାରା ବର୍ତମାନ କଂଟ୍ରାକ୍ଟ କ୍ଷେତ୍ରରେ ସମ୍ଭାବ୍ୟ ହାଇଡ୍ରୋକାର୍ବନ ଭଣ୍ଡାରର ଉପଯୋଗ ଲାଗି କ୍ଷମତା ବୃଦ୍ଧି ହେବ, ଯାହା ବର୍ତମାନ ସୁଦ୍ଧା ଅସୁନ୍ଧାନ କରାଯାଇନଥିଲା ଏବଂ ଯାହାର ବିକଶିତ କରାଯାଇନାହିଁ । ଏହି ନୀତିର କାର୍ଯ୍ୟକାରୀ ହେବା ଦ୍ୱାରା ନୂତନ ହାଇଡ୍ରୋକାର୍ବନ ଅନୁସନ୍ଧାନ ସମ୍ପର୍କରେ ଅନ୍ୱେଷଣ ଏବଂ ଉପôାଦନ ଗତିବିଧିରେ ନୂତନ ନିବେଶ ହେବ । ଯାହାଫଳରେ ଘରୋଇ ଉପôାଦନରେ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।