ଆଜି ହାଇକୋର୍ଟ ଛୁଟି
କଟକ,୨୭ା୭(ସକାଳଖବର): ଆଜି ହାଇକୋର୍ଟ ଛୁଟି ରହିଛି । ଏ ନେଇ ଗୁରୁବାର ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିି ପୂର୍ଣ୍ଣିମା ତଥା ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଛୁଟି କରିବା ପାଇଁ ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲେ । ଶୁକ୍ରବାର ଛୁଟି ଘୋଷଣା କରାଯାଇଥିବା ବେଳେ ଏହି ଛୁଟି ବଦଳରେ ଏହି ବର୍ଷ କୌଣସି କାର୍ଯ୍ୟ ଦିବସ ଶନିବାର ଦିନ କୋର୍ଟ କାର୍ଯ୍ୟ ହେବ । ଏ ନେଇ ଫୁଲ କୋର୍ଟରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।