ପଣ୍ଡା ଇନଫ୍ରା ଆବେଦନ ଖାରଜ କଲେ ହାଇକୋର୍ଟ
କଟକ,୨୬ ।୭(ସକାଳଖବର): ପଣ୍ଡା ଇନଫ୍ରା ପ୍ରୋଜେକ୍ଟ(ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଖାରଜ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଜିଏ ବିଷ୍ଣୁ ପ୍ରସାଦ ପ୍ରଧାନ ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ବମିଖାଲ ରୋଡ ଓଭର ବ୍ରିଜ କାମ ଚାଲୁଥିବାବେଳେ ମେ ମାସ ୩ତାରିଖରେ ଏକ ଅଂଶ ଭୁଶୁଡି ପଡିଥିଲା । ଫଳରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଥିଲା ଓ ଆଉ ଜଣେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ସଂସ୍ଥାର ମାଲିକ ପ୍ରତାପ ପଣ୍ଡାଙ୍କୁ ପୁଲିସ ମେ ମାସ ୪ତାରିଖରେ ଗିରଫ କରିଥିଲା ।