କିଶୋର ନ୍ୟାୟ ଆଇନ କାର୍ଯ୍ୟକାରୀ ରିପୋର୍ଟ ଦାଖଲ

କଟକ,୧୯ା୭(ସକାଳଖବର): କିଶୋର ନ୍ୟାୟ ଆଇନରେ ଥିବା ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ଏହି ଆଇନ ଉପରେ ଧାର୍ଯ୍ୟ ହୋଇଥିବା ୧୬ଟି ନୀତି ଓ ନିୟମ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୃତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରାଯାଇଛି ।