ଆସ୍ଥା ନିର୍ଦେଶକଙ୍କ ଜାମିନ ଶୁଣାଣି ଶେଷ

କଟକ,୧୯ା୭(ସକାଳଖବର): ଆସ୍ଥା ଇଣ୍ଟରନ୍ୟାସନାଲ ଲିମିଟେଡ ସଂସ୍ଥା ନିର୍ଦେଶକ ତଥା ଓଡିଶା ମୁଖ୍ୟ ଶୁଭ୍ରାଂଶୁ ଶେଖର ଲେଙ୍କାଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଟହଲି ଚରଣ ମହାନ୍ତି, ରାଜେଶ ପ୍ରସାଦ ଭଗତ ମାମଲା ପରିଚାଳନା କରୁଛନ୍ତି । ପ୍ରକାଶ ଯେ ୨୦୦ କୋଟି ଠକେଇ ଅଭିଯୋଗରେ ୨୦୧୩, ଜୁନ ମାସ ୮ତାରିଖରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଅଭିଯୁକ୍ତ ଶୁଭ୍ରାଂଶୁକୁ ଗିରଫ କରିଥିଲା । ଏହାପରେ ଉକ୍ତ ମାମଲାରେ ସିବିଆଇ ତଦନ୍ତ ଭାର ନେଇଥିଲା ।