ନଦୀରେ ମିଶୁଛି ନଳା ପାଣି ମାମଲାରେ ସିଏମସି ଦାଖଲ କଲା ଜବାବ
କଟକ,୧୨ା୭(ସକାଳଖବର): କଟକ ସହରର ମୁଖ୍ୟ ନଳା ପାଣିକୁ ବିଶୋଧନ କରାନଯାଇ କାଠଯୋଡ଼ି ନଦୀକୁ ଛଡାଯିବାକୁ ବିରୋଧ କରି ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗୁରୁବାର କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଜବାବ ଦଖଲ କରାଯାଇଛି । ପୂର୍ବରୁ କୋର୍ଟ ଏହି ମାମଲାରେ ଶୁଣାଣି କରି ରୁଜୁ ହୋଇଥିବା ମିସ କେସକୁ ଗ୍ରହଣ କରି ଜାଇକା ଓ ସ୍ୱେରେଜ ବୋର୍ଡଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି । ତେବେ ଏହି ମାମଲାରେ ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଜବାବ ରଖି ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲା ଯେ ମହାନଦୀର ଗୋଟିଏ ସ୍ଥାନ ଓ କାଠଯୋଡ଼ିର ଦୁଇଟି ସ୍ଥାନରେ ପ୍ରଦୂଷଣ ହେବା ନେଇ ସିଏମସିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।