ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ମାମଲା
କଟକ,୬ା୭(ସକାଳଖବର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପି ହାଇକୋର୍ଟର ଦ୍ୱାରସ୍ଥ ହୋଇ ଏକ ରିଟ ଆବେଦନ କରିଛି । ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଦୋଷୀ ବିରୋଧରେ ମାମଲା ରୁଜୁ ପାଇଁ ପୁରୀ ସିଂହଦ୍ୱାର ଥାନାରେ ଅଭିଯୋଗ କରାଯାଇଥିଲ.ମାତ୍ର ପୁଲିସ ମୋକନ୍ଦମା ରୁଜୁ ନକରିବା ଫଳରେ ବିଜେପି ଏହି ମାମଲାରେ ସିବିଆଇ ତଦନ୍ତ କରିବା ନେଇ ନିଦେ୍ର୍ଧଶ ଦିଆଯାଉ ବୋଲି ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ କରିଛି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଏହି ମାମଲା ରୁଜୁ କରିଛନ୍ତି । ତେବେ ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଡିଜିପି, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି, ସିବିଆଇ ଏସପି ଓ ପୁରୀ ଏସପି ଓ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।