ବିଲଡର ପ୍ରେମାନନ୍ଦ ମହାପାତ୍ରଙ୍କୁ ମାସେ ଅନ୍ତରୀଣ ଜାମିନ
କଟକ,୨୭ା୬(ସକାଳଖବର): ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଜମାକାରୀଙ୍କୁ ଜାଗା ସହ ଫ୍ଲାଟ ଯୋଗାଇଦେବା ଆଳରେ କୋଟିକୋଟି ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ବିଲଡର ପ୍ରେମାନନ୍ଦ ମହାପାତ୍ରଙ୍କ ଜାମିନ ଆବେଦନ ଉପରେ ବୁଧବାର ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏକ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ଅସୁସ୍ଥତା କାରଣକୁ ନେଇ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏଜିଏ ଜ୍ୟୋତି ପ୍ରକାଶ ପାତ୍ର ପରିଚାଳନା କରୁଛନ୍ତି ।