Home » ବ୍ୟବସାୟ » କୁଚିନା ଆଣିଲା ରୋଷେଇ ଘର ସିଙ୍କ୍‌, ଫସେଟ୍‌

କୁଚିନା ଆଣିଲା ରୋଷେଇ ଘର ସିଙ୍କ୍‌, ଫସେଟ୍‌

କୁଚିନା ଆଣିଲା ରୋଷେଇ ଘର ସିଙ୍କ୍‌, ଫସେଟ୍‌

ଭୁବନେଶ୍ବର: ରିଅଲ ଇଷ୍ଟେଟ୍‌ ବଜାରରେ ପ୍ରବଳ ଉତ୍ସାହ ରହିଥିବା ବେଳେ ଭାରତୀୟ ଅର୍ଥନୀତି ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛି। ଏହାର ପ୍ରଭାବରେ ଆସନ୍ତା ୨-୩ ମାସ କୁଚିନା ପାଇଁ ବହୁତ ଭଲ ରହିବ ବୋଲି କଂପାନିର ପରିଚାଳନା ନିର୍ଦ୍ଦେଶକ ନମିତ ବଜୋରିଆ କହିଛନ୍ତି। ପାର୍ବଣ ଋତୁ ପାଇଁ ରାଜ୍ୟର ରିଟେଲର ଓ ଡିଲରମାନଙ୍କକୁ କଂପାନିର ନୂଆ ଉତ୍ପାଦ ପ୍ରଦର୍ଶିତ କରିବା ସହ ସେ କହିଛନ୍ତି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପୂଜାରେ ଆମେ ଦୁଇ କୋଟି ଟଙ୍କାର ଅଧିକ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛୁ। ସାରା ଭାରତରେ କଂପାନି ବାର୍ଷିକ ପ୍ରାୟ ୪୦୦ କୋଟି ଟଙ୍କାର ବ୍ୟବସାୟ କରୁଥିବା ବେଳେ ସେଥିରେ ଓଡ଼ିଶାର ଅବଦାନ ୧୫ କୋଟି ଟଙ୍କା ରହିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୨୦-୨୨ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

kuchina

Share: