Home » ବ୍ୟବସାୟ » ଜେଏସପି ଫାଉଣ୍ଡେସନ ଏମଏମଆର ଏବଂ ଆଇଏମଆର ହ୍ରାସ ଉପଲକ୍ଷେ ଅନୁଗୁଳ ଜିଲ୍ଲାରେ ୨୦୦ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଡିଜିଟାଲ ଡାଇଗ୍ନୋଷ୍ଟିକ ଉପକରଣ ଯୋଗାଇଛି
ଜେଏସପି ଫାଉଣ୍ଡେସନ ଏମଏମଆର ଏବଂ ଆଇଏମଆର ହ୍ରାସ ଉପଲକ୍ଷେ ଅନୁଗୁଳ ଜିଲ୍ଲାରେ ୨୦୦ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଡିଜିଟାଲ ଡାଇଗ୍ନୋଷ୍ଟିକ ଉପକରଣ ଯୋଗାଇଛି

- ମାନ୍ୟବର ମନ୍ତ୍ରୀ (ଶିଳ୍ପ, ଏମଏସଇଏମ ଏବଂ ଶକ୍ତି) ଶ୍ରୀ ପ୍ରତାପ କେଶରୀ ଦେବ ଅନୁଗୁଳ ଜିଲ୍ଲାରେ ୨୦୦ ସ୍ୱାସ୍ଥ୍ୟ ଉପ-କେନ୍ଦ୍ରର ଏଏନଏମ ମାନଙ୍କୁ ପ୍ରଦାନ କରିଛନ୍ତି । - ମାତୃ ସ୍ୱାସ୍ଥ୍ୟ ନିରୀକ୍ଷଣ ଏବଂ ଏମଏମଆର ଏବଂ ଆଇଏମଆର ହ୍ରାସ କରିବା ପାଇଁ ସେବା ଗୁଡ଼ିକର ଗୁଣବତ୍ତା ଏବଂ ସଠିକତାକୁ ଉନ୍ନତ କରିବା ପାଇଁ ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ଡ଼ାକ୍ତରୀ ଉପକରଣକୁ ଅଗ୍ରାଧିକାର କରିବାକୁ ଏହି ପଦକ୍ଷେପ । ଭୁବନେଶ୍ୱର/ ଅନୁଗୁଳ; ୧୬ ଅଗଷ୍ଟ,୨୦୨୩ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସାମାଜିକ ଅଂଶ ଜେଏସପି ଫାଉଣ୍ଡେସନ ଅନୁଗୁଳ ଜିଲ୍ଲା ପ୍ରଶାସନ ସହିିତ ହାତ ମିଳାଇ ମୃତ୍ୟୁ ହାର (ଆଇଏମଆର) ଏବଂ ମାତୃ ମୃତ୍ୟୁ ହାର (ଏମଏମଆର) ହ୍ରାସ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ‘ସ୍ପର୍ଶ’ ଆରମ୍ଭ କରିଛି । ମାନ୍ୟବର ମନ୍ତ୍ରୀ (ଶିଳ୍ପ, ଏମଏସଏମ ଏବଂ ଶକ୍ତି) ଶ୍ରୀ ପ୍ରତାପ କେଶରୀ ଦେବ ୧୫ ଅଗଷ୍ଟ ୨୦୨୩ ରେ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ । ସେ ଜିଲ୍ଲାର ୨୦୦ ସ୍ୱାସ୍ଥ୍ୟ ଉପ-କେନ୍ଦ୍ରର ଡିଜିଟାଲ ଡାଇଗ୍ନୋଷ୍ଟିକ କିଟ୍ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୋଲିସ ଅଧୀକ୍ଷକ ଶ୍ରୀ ସୁଧାଂଶୁ ସେଖର ମିଶ୍ର, ଅନୁଗୁଳ ଜିଲ୍ଲା ସିଡିଏମଓ ଡ଼. ତ୍ରିଲୋଚନ ପ୍ରଧାନ, ଜିନ୍ଦଲ ଷ୍ଟିଲର ସଭାପତି ତଥା ଗୋଷ୍ଠୀ ମୁଖ୍ୟ (ସିଏସଆର) ଶ୍ରୀ ପ୍ରଶାନ୍ତ ହୋତା ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପର ଉଦଘାଟନ କରି ଶ୍ରୀ ଦେବ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଚେୟାରମ୍ୟାନ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଚେୟାରମ୍ୟାନ ଶାଲୁ ଜିନ୍ଦଲ ଅନୁଗୁଲ ଜିଲ୍ଲାରେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ସହ ସହଭାଗୀତା କରିଥିଲେ । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହାର ନକଲ କରାଯାଇପାରିବ ବୋଲି ସେ କହିଛନ୍ତି । ଏହି ପ୍ରକଳ୍ପର ସଂକଳ୍ପବଦ୍ଧ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହି ପ୍ରକଳ୍ପର ବିଭିନ୍ନ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ପୋଲିସ ଅଧୀକ୍ଷକ ଶ୍ରୀ ସୁଧାଂଶୁ ସେଖର ମିଶ୍ର, ଅନୁଗୁଳ ଜିଲ୍ଲା ସିଡିିଏମଓ ଡ. ତ୍ରିଲୋଚନ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ଜେଏସପିର ସଭାପତି ତଥା ଗ୍ରୁପ ହେଡ଼ (ସିଏସଆର) ଶ୍ରୀ ହୋତା କହିଛନ୍ତି, ‘ଏହି ପଦକ୍ଷେପଟି ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ କର୍ମୀଙ୍କୁ ସଶକ୍ତିକରଣ ତଥା ତାଲିମ ଦେବା ପାଇଁ ଉଦ୍ଦିଷ୍ଟ । ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଇଣ୍ଟରନେଟ୍ ଅଫ ଥିଙ୍ଗସ(ଆଇଓଟି) ଆମେ ଆଶା କରୁଛୁ ଏହି ପ୍ରକଳ୍ପ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣକୁ ଚିହ୍ନଟ କରି ଏବଂ ସେମାନଙ୍କ ଚିକିତ୍ସାକୁ ସହଜ କରି ନିରାପଦ ମାତୃତ୍ୱ ନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏହି ପ୍ରୋଜେକ୍ଟରେ ସ୍ୱାସ୍ଥ୍ୟକର୍ମୀ (ମହିଳା) ସଂଯୁକ୍ତ ମେଡିକାଲ ଉପକରଣଗୁଡ଼ିକର ଏକ କିଟ୍ ଯୋଗାଇବା ଏବଂ ସେମାନଙ୍କୁ ନିୟମିତ ପରିଦର୍ଶନ ସମୟରେ ଗର୍ଭବତୀ ମହିଳାମାନଙ୍କର ନିରୂପଣ ନିମନ୍ତେ ବ୍ୟବହାର କରିବାକୁ ତାଲିମ ଦେବା ଅନ୍ତର୍ଭୁକ୍ତ । ଏହି କିଟ୍ ରେ ଏକ ଡିଜିଟାଲ ଓଜନ ସ୍କେଲ, ଡିଜିଟାଲ ବ୍ଲଡ୍ ପ୍ରେସର, ଡିଜିଟାଲ ହେମୋଗ୍ଲୋବିନ ମିଟର ଡିଜିଟାଲ ଗ୍ଲୁକୋମିଟର, ଭ୍ରୁଣର ହୃଦସ୍ପନ୍ଦନ ମନିଟର ଏବଂ ପରିସ୍ରା ଡିପଷ୍ଟିକ ପରୀକ୍ଷା ସାମଗ୍ରୀ ରହିଛି । ଏହି ସମସ୍ତ ଡାଇଗ୍ନୋଷ୍ଟିକ ଉପକରଣଗୁଡ଼ିକ ବ୍ଲୁଟୁଥ ମାଧ୍ୟମରେ ମୋବାଇଲ ଫୋନ ସହିତ ସଂଯୁକ୍ତ । ସଂଗୃହିତ ତଥ୍ୟ ଏକ ମୋବାଇଲ ଆପ ମାଧ୍ୟମରେ ଧରାଯିବ ଏବଂ ରିଅଲ ଟାଇମରେ ଏକ କେନ୍ଦ୍ରୀୟ ଡାଟାବେସରେ ଅପଡେଟ ହେବ । ଜେଏସପି ଏବଂ ଜେଏସପି ଫାଉଣ୍ଡେସନ ସ୍ଥାନୀୟ ଜନସଂଖ୍ୟାର ଉନ୍ନତି ପାଇଁ ଲକ୍ଷ୍ୟ ରଖି ଅନୁଗୁଳ ଜିଲ୍ଲାରେ ଅନେକ ବିକାଶମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ କିଶୋରୀ ଏକ୍ସପ୍ରେସ, ଜିଲ୍ଲାର କିଶୋର ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତା ହ୍ରାସକୁ ଲକ୍ଷ୍ୟ ରଖି ଏକ ଅଭିନବ ହସ୍ତକ୍ଷେପ, ବିଭିନ୍ନ ମହଲରୁ ମାନ୍ୟତା ଏବଂ ପ୍ରଶଂସା ଲାଭ କରିଛି ।