Home » ସ୍ଥାନୀୟ ଖବର » ସେବାଶ୍ରମ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, ତଦନ୍ତ ଦାବି

ସେବାଶ୍ରମ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, ତଦନ୍ତ ଦାବି

ସେବାଶ୍ରମ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, ତଦନ୍ତ ଦାବି

ବାଲିଗୁଡ଼ା: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦାରା ପରିଚାଳିତ ସେବାଶ୍ରମ ହଷ୍ଟେଲରେ ରହୁଥିବା ୬ଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଯୋଗୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶନିବାର ମଧ୍ୟାହ୍ନରେ ପିଲାଟି ହଠାତ୍‌ ଅଚେତ୍‌ ହୋଇ ଯାଇଥିଲା। ନିକଟରେ ଥିବା ଅନ୍ୟ ଛାତ୍ରମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ। ମୃତ ଛାତ୍ର ଜଣକଙ୍କ ଘର କୋଟଗଡ଼ ବ୍ଲକ ଓରା କଲୋନୀ ସାହିର ଶ୍ରୀ ନାୟକଙ୍କ ତିନି ଝିଅ ରେ ଏକ ମାତ୍ର ପୁଅ ହୋଇ ଥିବାରୁ ସମଗ୍ର ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏପରି ପୂର୍ବରୁ ମଧ୍ୟ ବିଭିନ୍ନ ସେବଶ୍ରମରେ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିବା, ଖାଦ୍ୟପେୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ପିଲା ଆଶ୍ରମ ଛାଡ଼ି ପଳାଇବା ଭଳି ବିଭିନ୍ନ ଅରାଜକତା ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକମାନେ ଆଶ୍ରମ ବିଦ୍ୟାଳୟରେ ନିଜ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଛାଡ଼ିବା ଉଚିତ ମନେ କରୁନାହାନ୍ତି। ଏଣୁ ଅଞ୍ଚଳବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ଦାବି କରିଛନ୍ତି। ଖବର ପାଇ ବାଲିଗୁଡ଼ା ବ୍ଲକ ମଙ୍ଗଳ ଅଧିକାରୀ ଦିବେଦ ମଲ୍ଲିକ ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ତଦାରଖ କରୁଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷିୟତ୍ରୀ ପଦ୍ମିନୀ ପ୍ରଧାନଙ୍କୁ ପଚାରିବାରୁ ସେ କିଛି ନ କହି ଘଟଣାସ୍ଥଳରୁ ଚାଲି ଯାଇଥିଲେ।

DEATH

Share: