ପ୍ରକାଶ ପାଇଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ
କଟକ: ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ ବୋର୍ଡର ୱେବ୍ସାଇଟ୍ରେ ସ୍ଥାନିତ ହୋଇଛି । ଷଷ୍ଠ ଏବଂ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍ତରରେ ଦୁଇଟି ପର୍ୟ୍ୟାୟରେ ଫେବ୍ରୁଆରି ୨୭ରେ ହୋଇଥିବା ଏହି ମେଧାବୃତ୍ତି ପରୀକ୍ଷାରେ ୪୦ ହଜାର ୮୩୦ ଜଣ କୃତକାର୍ୟ୍ୟ ହୋଇଛନ୍ତି । ଷ୍ଟେଜ୍-୧ରେ ଷଷ୍ଠ ଶ୍ରେଣୀର ୧୪ ହଜାର ୪୯୪ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଥିବା ବେଳେ ଷ୍ଟେଜ୍-୨ରେ ନବମ ଶ୍ରେଣୀର ୨୬ ହଜାର ୩୩୬ ଜଣ କୃତକାର୍ୟ୍ୟ ହୋଇଛନ୍ତି । ପ୍ରଧାନଶିକ୍ଷକମାନେ କୃତୀ ଛାତ୍ରଛାତ୍ରୀଙ୍କ ନାଁ ୱେବ୍ସାଇଟ୍ରୁ ସଂଗ୍ରହ କରି ପିଲାଙ୍କୁ ଅବଗତ କରାଇବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।