Home » ଆଇନ » ଏନ୍‌ଆଇଏର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ୭୨ଟି ଠିକଣାରେ ଚଢ଼ାଉ

ଏନ୍‌ଆଇଏର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ୭୨ଟି ଠିକଣାରେ ଚଢ଼ାଉ

ଏନ୍‌ଆଇଏର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ୭୨ଟି ଠିକଣାରେ ଚଢ଼ାଉ

ନୂଆଦିଲ୍ଳୀ: ଜାତୀୟ ତଦନ୍ତକାରୀ ଦଳ (ଏନ୍‌ଆଇଏ) ଦେଶର ପ୍ରାୟ ୭୨ଟି ସ୍ଥାନରେ ମଙ୍ଗଳବାର ସକାଳୁ ଚଢ଼ାଉ ଆରମ୍ଭ କରିଛି। ଏହି ଚଢ଼ାଉ ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ଦେଶର ବିଭିନ୍ନ ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କ ଠିକଣାରେ କରାଯାଇଛି। ଏବେ ସୁଦ୍ଧା ଏନ୍‌ଆଇଏ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିଆଣା ଏବଂ ରାଜଧାନୀ ଦିଲ୍ଲୀରେ ଏହି ଚଢ଼ାଉ କରାଯାଉଛି। ୟୁପିର ପିଲ୍‌ଭିଟ୍‌ ଏନ୍‌ଆଇଏ କର୍ମଚାରୀମାନେ ଜଣେ ଅସ୍ତ୍ର ଯୋଗଣାକାରୀଙ୍କ ଘରେ ଚଢ଼ାଉ କରୁଥିବା ସୂଚନା ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ‌‌ଯେ ଚଢ଼ାଉ ସମୟରେ ଯୋଗାଣକାରୀର ଘରୁ ପାକିସ୍ଥାନରୁ ଆସିଥିବା ଅସ୍ତ୍ର ଜବତ ହୋଇଛି। ପୂର୍ବରୁ ଗ୍ୟାଙ୍ଗ୍‌ଷ୍ଟର୍‌ ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗ୍‌ର କିଛି ସଦସ୍ୟଙ୍କୁ ଏନ୍‌ଆଇଏ ପଚରାଉଚରା କରି ଯେଉଁ ତଥ୍ୟ ସଂଗ୍ରହ କରିଥିବା ତାହାରି ଆଧାରରେ ଏହି ଚଢ଼ାଉ ହେଉଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଆଜି ‌ହେଉଥିବା ଏହି ଚଢ଼ାଉରେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇ ସାରିଲାଣି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ସହ ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କ ସଂପୃକ୍ତି ସଂପର୍କରେ ସୂଚନା ପାଇବା ପରେ ଜାତୀୟ ତଦନ୍ତକାରୀ ଦଳ ଆଜିକୁ ମିଶାଇ ୪ ଥର ଚଢ଼ାଉ କରି ସାରିଲାଣି। ବେଆଇନ୍‌ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଅନେକ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ଗିରଫ ବି କରାଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ଅକ୍ଟୋବର ମାସରେ ଏନ୍‌ଆଇଏ ଆତଙ୍କବାଦୀ, ଗ୍ୟାଙ୍ଗ୍‌ଷ୍ଟର୍‌ ଏବଂ ଡ୍ରଗ୍ସ ବେପାରୀଙ୍କୁ ଟାର୍ଗେଟ କରି ୫ଟି ରାଜ୍ୟର ସମୁଦାୟ ୫୦ଟି ସ୍ଥାନରେ ଚଢ଼ାଉ କରିଥିଲା। ସେ ସମୟରେ ଆତଙ୍କବାଦୀଙ୍କ ନେଟ୍‌ୱାର୍କକୁ ଛିନ୍ନ କରିବାରୁ ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ବି ଦେଇଥିଲା।

nia

Share: