ସୁପ୍ରିମ୍ କୋର୍ଟର ୫ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ପାଇଁ ନବ ନିଯୁକ୍ତ ୫ଜଣ ବିଚାରପତିଙ୍କୁ ଆଜି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଶପଥ ପାଠ କରାଇଛନ୍ତି। ଆଜି ଶପଥ ଗ୍ରହଣ କରିଥିବା ନୂଆ ବିଚାରପତିମାନେ ହେଲେ, ଜଷ୍ଟିସ୍ ପଙ୍କଜ ମିଥଲ୍, ଜଷ୍ଟିସ୍ ସଞ୍ଜୟ କରୋଲ୍, ଜଷ୍ଟିସ୍ ପି. ଭି. ସଞ୍ଜୟ କୁମାର, ଜଷ୍ଟିସ୍ ଅସାନୁଦ୍ଦୀନ ଅମନୁଲ୍ଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ର। ଦୁଇ ଦିନ ପୂର୍ବେ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ତା’ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମ୍କୋର୍ଟର କଲିଜିୟମ୍ ଏହି ବିଚାରପତିମାନଙ୍କ ନାମ ସୁପାରିସ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ।