Home » ଆଇନ » କ୍ରାଇମବ୍ରାଞ୍ଚରେ ପୁଣି ରୁଷୀୟ ଦମ୍ପତି ଓ ଟୁର ଗାଇଡ: ରାୟଗଡ଼ାରେ ପହଞ୍ଚିଲେ ୫ ଜଣିଆ କ୍ରାଇମବ୍ରାଞ୍ଚ୍ ଟିମ୍

କ୍ରାଇମବ୍ରାଞ୍ଚରେ ପୁଣି ରୁଷୀୟ ଦମ୍ପତି ଓ ଟୁର ଗାଇଡ: ରାୟଗଡ଼ାରେ ପହଞ୍ଚିଲେ ୫ ଜଣିଆ କ୍ରାଇମବ୍ରାଞ୍ଚ୍ ଟିମ୍

କ୍ରାଇମବ୍ରାଞ୍ଚରେ ପୁଣି ରୁଷୀୟ ଦମ୍ପତି ଓ ଟୁର ଗାଇଡ: ରାୟଗଡ଼ାରେ ପହଞ୍ଚିଲେ ୫ ଜଣିଆ କ୍ରାଇମବ୍ରାଞ୍ଚ୍ ଟିମ୍

କଟକ/ ରାୟଗଡ଼ା :ରାୟଗଡ଼ାରେ ରୁଷ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଆଜି ଜେରା ପାଇଁ କ୍ରାଇମବ୍ରାଞ୍ଚରେ ପୁଣି ହାଜର ହୋଇଛନ୍ତି ରୁଷୀୟ ଦମ୍ପତି ପାନ ସଂକୋ ଓ ଟୁରଭୋ। ଉଭୟଙ୍କ ସହ ଟୁର ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି। ଏମାନଙ୍କୁ ଚାରି ଦିନ ଧରି ଜେରା କରୁଛି କ୍ରାଇମବ୍ରାଞ୍ଚ। ୟୁକ୍ରେନ୍-ରୁଷ୍‌ ଯୁଦ୍ଧ ପରଠାରୁ ରୁଷ୍‌ର ସାଂସଦ ତଥା ବ୍ୟବସାୟୀ ପାଭେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର୍ ବିଦେନୋଭଙ୍କୁ ମିଶାଇ ୯ ଜଣଙ୍କର ରହସ୍ୟଜନକ ମୃତ୍ୟୁ ହୋଇସାରିଲାଣି। ଏଥିରେ ବ୍ୟବସାୟୀ, କର୍ପୋରେଟ୍ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ଓ ସେମାନଙ୍କ ପରିବାର ସଦସ୍ୟ ଥିବାରୁ ଏବେ ରାୟଗଡ଼ାରେ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ବିଦେନୋଭ ମୃତ୍ୟୁ ଘଟଣାର ତଦନ୍ତ ଓଡ଼ିଶା ଗୁଇନ୍ଦା ଓ କ୍ରାଇମବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସ୍ଥିତି ଏମିତି ହେଲାଣି ଯେ ତଦନ୍ତ ଯେତିକି ଆଗଉଛି, ଘଟଣାଟି ସେତିକି ରହସ୍ୟମୟ ହେବାରେ ଲାଗିଛି। ଏଣୁ କ୍ରାଇମବ୍ରାଞ୍ଚ ଗତକାଲି ଆଉ ଗୋଟିଏ ଟିମ୍ (୪ଜଣିଆ) ଗଠନ କରିବା ସହିତ ରାୟଗଡା ପଠାଇଥିଲା। ତେଣେ ଡିଏସ୍‌ପି ସରୋଜ ମାହନ୍ତଙ୍କ ନେତୃତ୍ୱରେ ରାୟଗଡ଼ାରେ ୫ ଜଣିଆ କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ଚିଛନ୍ତି। ଡିଏସପି ସରୋଜ କାନ୍ତ ମହାନ୍ତଙ୍କ ନେତୃତ୍ବରେ ଗଠିତ ଏହି ଟିମରେ ୨ ଜଣ ଫରେନସିକ୍ ଏକ୍ସପର୍ଟ ଏବଂ ଫଟୋଗ୍ରାଫର୍ ରହିଛନ୍ତି। ଏହି ଟିମ୍ ରାୟଗଡ଼ା ଗସ୍ତ କରି ସାଇ ଇଣ୍ଟରନ୍ୟାସନାଲ୍ ହୋଟେଲର କର୍ମଚାରୀଙ୍କୁ ପଚରାଉଚରା କରୁଛି। ଦମ୍ପତିଙ୍କ ସମେତ ମୃତ ଦୁଇ ବନ୍ଧୁ ଭାରତରେ ପହଞ୍ଚିବା ପରେ ବିଭିନ୍ନ ହୋଟେଲରେ ରହଣୀ, ବୀମା ଓ ଟ୍ରାଭେଲ୍ କମ୍ପାନିର ସହାୟତା ନେଇଛନ୍ତି। ଏ ସମସ୍ତ ସ୍ଥାନର ସିସି କ୍ୟାମେରା ଫୁଟେଜ୍ ଓ ବୁକିଂ ବାବଦ କାଗଜପତ୍ର କ୍ରାଇମବ୍ରାଞ୍ଚ ସଂଗ୍ରହ କରୁଥିବା ସୂଚନା ମିଳିଛି।

rayagada

Share: