ସମୃଦ୍ଧି ଯୋଜନା ଏମଡିଙ୍କ ଜାମିନ ମାମଲା ଶୁଣାଣି ୨୬ରେ
କଟକ,୨୧ ।୬(ସକାଳଖବର): ଚିଟଫଣ୍ଡ ଠକେଇ ଅଭିଯୋଗରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଥିବା ସମୃଦ୍ଧି ଯୋଜନା ଗ୍ରୃପ ଅଫ କମ୍ପାନୀ ମୁଖ୍ୟ ତଥା ପରିଚାଳନା ନିଦେ୍ର୍ଧଶକ ମହେଶ କିଶାନ ମୋଟେୱାରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସିବିଆଇ ଲିଖିତ ଯୁକ୍ତି ଦାଖଲ ପାଇଁ ମହଲତ ଲୋଡିବାରୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ତାରିଖରେ ହେବା ପାଇଁ ଧାର୍ଯ୍ୟ ହୋଇଛି । ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁରେଶ ତ୍ରିପାଠୀ, ସିବିଆଇ ପକ୍ଷରୁ ଏଏସଜି ଅନୁପ କୁମାର ବୋଷ ପରିଚାଳନା କରୁଛନ୍ତି ।