Home » ରାଜନୀତି » ଗୁଜରାଟ ନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ଠିଆ ହୋଇଥିବା ଆହୁରି ୧୨ ବିଦ୍ରୋହୀଙ୍କୁ ନିଲମ୍ବନ କଲା ‘ବିଜେପି’
ଗୁଜରାଟ ନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ଠିଆ ହୋଇଥିବା ଆହୁରି ୧୨ ବିଦ୍ରୋହୀଙ୍କୁ ନିଲମ୍ବନ କଲା ‘ବିଜେପି’
ନୂଆଦିଲ୍ଲୀ: ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦଳୀୟ ପ୍ରାର୍ଥୀମାନଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କାରଣରୁ ଆହୁରି ୧୨ଜଣ ବିଦ୍ରୋହୀଙ୍କୁ ଆଜି ‘ବିଜେପି’ ନିଲମ୍ବନ କରିଛି। ଟିକେଟ ଆବଣ୍ଟନ ସମେତ କେତେଗୁଡ଼ିଏ ସମସ୍ୟାକୁ ନେଇ ଶାସକ ଦଳ ରାଜ୍ୟ ‘ବିଜେପି’ ନେତାମାନଙ୍କ ବିଦ୍ରୋହର ସମ୍ମୁଖୀନ ହୋଇ ଏଯାବତ୍ ୧୯ଜଣଙ୍କୁ ନିଲମ୍ବନ କରିସାରିଲାଣି। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଟିକେଟ୍ ପ୍ରାପ୍ତିରୁ ବଞ୍ଚିତ ହୋଇ ୧୨ଜଣ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ‘ବିଜେପି’ ନେତୃତ୍ବ ସେମାନଙ୍କୁ ନିଲମ୍ବନ କରିଥିବା ବିଶ୍ବାସ କରାଯାଉଛି। ସମସ୍ତେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଆଗ୍ରହୀ ଥିଲେ। ରବିବାର ଦିନ ଉପରୋକ୍ତ କାରଣରୁ ୭ଜଣ ବିଦ୍ରୋହୀଙ୍କୁ ନିଲମ୍ବନ କରାଯାଇଥିଲା।