Home » କ୍ରୀଡା » ପୂର୍ବତନ ଆନ୍ତର୍ଜାତିକ ତୀରନ୍ଦାଜ ଲିମ୍ବା ରାମଙ୍କୁ ୫ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ମଞ୍ଜୁର କଲେ କ୍ରୀଡ଼ାମନ୍ତ୍ରୀ
ପୂର୍ବତନ ଆନ୍ତର୍ଜାତିକ ତୀରନ୍ଦାଜ ଲିମ୍ବା ରାମଙ୍କୁ ୫ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ମଞ୍ଜୁର କଲେ କ୍ରୀଡ଼ାମନ୍ତ୍ରୀ
ଭୁବନେଶ୍ୱର ୧୯/୬: ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ପୂର୍ବତନ ଆନ୍ତର୍ଜାତିକ ତୀରନ୍ଦାଜ ଏବଂ ଅର୍ଜୁନ ପୁରସ୍କାର ବିଜେତା ଶ୍ରୀ ଲିମ୍ବା ରାମଙ୍କୁ ୫ ଲକ୍ଷ ଟଙ୍କାର ବିଶେଷ ଆର୍ଥିକ ସହାୟତା ମଞ୍ଜୁରି ପ୍ରଦାନ କରିଛନ୍ତି । ଶ୍ରୀ ଲିମ୍ବାରାମ ନ୍ୟୁରୋ ଜେନେରେଟିଭ ରୋଗ ବା ସ୍ନାୟୁ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଜୟପୁରରେ ଚାଲୁଛି । ସେ ରାଜସ୍ଥାନ ରାଜ୍ୟ ସରକାରଙ୍କ ପାଇଁ କାର୍ୟ୍ୟରତ ଏବଂ କ୍ରୀଡ଼ାବିତମାନଙ୍କ ପାଇଁ ପ୍ରଯୁଜ୍ୟ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରାଷ୍ଟ୍ରୀୟ କଲ୍ୟାଣ କୋଷ ଯୋଜନାରେ ତାଙ୍କୁ ନିର୍ଦ୍ଧାରିତ ୪ ଲକ୍ଷ ଟଙ୍କାରୁ ଅଧିକ ସହାୟତା ରାଶି ମିଳି ପାରିବ ନାହିଁ । ତେବେ ମନ୍ତ୍ରୀ ଏହି କୋଷର ଅଧ୍ୟକ୍ଷ ଭାବେ ନିର୍ଦ୍ଧାରିତ ସର୍ତ୍ତରେ ଢ଼ିଲା କରିଛନ୍ତି । ମନ୍ତ୍ରୀ ମହୋଦୟ ଏହି ତଥ୍ୟକୁ ଧ୍ୟାନରେ ରଖି ବିବକାଧୀନ ଅନୁବନ୍ଧର ଉପଯୋଗ କରି ୫ ଲକ୍ଷ ଟଙ୍କାର ମଞ୍ଜୁରି ପ୍ରଦାନ କରିଛନ୍ତି । କାରଣ ଶ୍ରୀ ଲିମ୍ବା ରାମଙ୍କ ବିଧବା ମା’, ବିଧବା ଭଉଣୀ ଏବଂ ତାଙ୍କର ପିଲାପିଲି, ବିଧବା ଶାଶୁ ଓ ବେରୋଜଗାର ଭାଇ ତାଙ୍କ ଉପରେ ନିର୍ଭରଶୀଳ । ଏହା ପୂର୍ବରୁ ଶ୍ରୀ ଲିମ୍ବା ରାମଙ୍କୁ ହସପିଟାଲରେ ଭର୍ତ୍ତି କରାଯିବାର ଖବର ମିଳିବା ସାଙ୍ଗେସାଙ୍ଗେ ମନ୍ତ୍ରୀ ଅଧିକାରୀମାନଙ୍କର ଏକ ଟିମକୁ ତାଙ୍କୁ ଭେଟିବା ଏବଂ କୌଣସି ପ୍ରକାରର ସହାୟତା ବାବଦରେ ସୂଚନା ଆହରଣ କରିବାର ଦାୟିତ୍ୱ ପ୍ରଦାନ କରିଥିଲେ । ମଂଜୁର କରାଯାଇଥିବା ରାଶି ଏହି ସମିତିର ରିପୋର୍ଟ ଉପରେ ଆଧାରିତ । ମନ୍ତ୍ରୀ ନିଜର ଅଧିକାରୀମାନଙ୍କୁ ଲିମ୍ବାରାମଙ୍କ ସହିତ ନିୟମିତ ଭାବେ ଭେଟିବା ଏବଂ ତାଙ୍କର ସ୍ୱାସ୍ଥ୍ୟ ବାବଦରେ ସୂଚନା ରଖିବାକୁ କହିଥିଲେ ।