Home » ଆଇନ » ସାଲିଆ ସାହିରେ ବଡ ଧରଣର ଚଢଉ

ସାଲିଆ ସାହିରେ ବଡ ଧରଣର ଚଢଉ

ସାଲିଆ ସାହିରେ ବଡ ଧରଣର ଚଢଉ

ଭୁବନେଶ୍ୱର : ଏବେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଭୁବନେଶ୍ୱର ସାଲିଆସହିରେ କମିଶନରେଟ୍ ପୋଲିସ୍ ବଡ ଧରଣର ଚଢଉ କରିଛି । ପାର୍ବଣକୁ ଦୃଷ୍ଟିରେ ରଖି ସାଲିଆସାହିରେ ଚୋରା ଦେଶୀ ମଦ କାରବାର ହେଉଥିବାରୁ ଏହି ଚଢାଉ କରାଯାଉଛି । ଚଢଉରେ ଡିସିପି ପ୍ରତୀକ ସିଂ ଓ ସ୍ୱତନ୍ତ୍ର ସ୍ୱାର୍ଡ ସାମିଲ ହୋଇଛନ୍ତି । ସାଲିଆସାହି ବସ୍ତିର ଏକାଧିକ ଘରକୁ ପୋଲିସ୍ ଟାର୍ଗେଟ କରିଛି । ନିଶା ତିଆରି କରାଯାଉଥିବା ଘରେ ପୋଲିସ୍ ରେଡ୍ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିବା ସହ ମଦ ତିଆରି ପାଇଁ ବ୍ୟବହାର ହେଉଥିବା କଂଚାମାଲକୁ ମଧ୍ୟ ରେଡ୍ କରିଛି । ତିଆରି ହେଉଥିବା ଦେଶୀ ମଦରେ ପ୍ରବଳ ପରିମାଣରେ ଅପମିଶ୍ରଣ ମିଶାାଯାଉଛି ବୋଲି ସୂଚନା ମିଳିଛି । ମଦ ତିଆରି କରୁଥିବା କରୁଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ମଦ ତିଆରି ପାଇଁ ସେମାନେ ଭାତ ଭଳି ରାନ୍ଧନ୍ତି ଓ ତିନି ଦିନ ରଖି ମଦ ପ୍ରସ୍ତୁତ କରନ୍ତି ।

salia sahi

Share: