Home » ବ୍ୟବସାୟ » ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ଶ୍ରବଣ ଯନ୍ତ୍ର ପ୍ରତିରୋପଣ

ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ଶ୍ରବଣ ଯନ୍ତ୍ର ପ୍ରତିରୋପଣ

ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ଶ୍ରବଣ ଯନ୍ତ୍ର ପ୍ରତିରୋପଣ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲର ଇଏନ୍‌ଟି କର୍ଣ୍ଣ. ନାସା ଓ ଗଳା ବିଭାଗ, ଭୁବନେଶ୍ୱର ଠାରେ ୪ ବର୍ଷରୁ କମ୍‌ ଦୁଇ ଜଣ ପିଲାଙ୍କ ଠାରେ ସଫଳତା ପୂର୍ବକ କୋକ୍ଲିୟର ବା ଶବଣ ଯନ୍ତ୍ର ପ୍ରତିରୋପଣ କରାଯାଇଛି । ଏହି ଅସ୍ତ୍ରୋପଚାର ଫଳରେ ଆପୋଲୋ ହସ୍ପିଟାଲ ସଫଳତାର ଆଉ ଏକ ସୋପନ ଅତିକ୍ରମ କରିଛି । ଆପୋଲୋ ହସ୍ପିଟାଲ୍‌, ଭୁବନେଶ୍ୱରର ଇଏନ୍‌ଟି ସର୍ଜନ ଓ କନ୍ସଲଟାଂଟ୍‌ ଡା.ମନୋଜ କୁମାର ଲାଠ୍‌ଙ୍କ ନେତୃତ୍ୱରେ ତାଙ୍କ ଟିମ୍‌ ଆପୋଲୋ ହସ୍ପିଟାଲରେ ଚାରି ବର୍ଷରୁ କମ୍‌ ପିଲାମାନଙ୍କର କୋକ୍ଲିୟର ପ୍ରତିରୋପଣ କରିଛନ୍ତି । ପିଲା ଦୁଇଜଣଙ୍କର ବୟସ ଯଥାକ୍ରମେ ୩ ଓ ସାଢେ଼ ୩ ବର୍ଷ । ଏହି ପିଲା ଦୁଇଜଣ ଜନ୍ମରୁ ବଧିର ଏବଂ ଅନେକ ପରୀକ୍ଷା ପରେ ପିଲାଦୁଇଜଣଙ୍କର ଦୁଇଟି କାନ କାର୍ଯ୍ୟ କରୁନଥିôବା ଜଣାପଡିଥିଲା । ତେଣୁ ଅସ୍ତ୍ରୋପଚାର ଦ୍ୱାରା ସେମାନଙ୍କର କାନ ଭିତରେ କୋକ୍ଲିୟର ଉପକରଣ ପ୍ରତିରୋପଣ ନିମନ୍ତେ ଡାକ୍ତରଖାନା ପକ୍ଷରୁ ନିଷ୍ପ•ି ଗ୍ରହଣ କରାଯାଇଥିଲା ଫଳରେ ସେମାନେ ଶବ୍ଦ ଶୁଣିପାରିବେ । ପ୍ରତିରୋପଣ ବିଷୟରେ ଡକ୍ଟର ଲାଠ୍‌ କହିଛନ୍ତି ଯେ "ଏହି ଅପରେସନ୍‌ ସଫଳତା ପୂର୍ବକ ଶେଷ କରାଯାଇଛି । ପ୍ରତିରୋପଣ କରାଯାଇଥିବା ଯନ୍ତ୍ରକୁ ସୁଇଚ୍‌ ଅନ୍‌ କରିବା ପରେ ଡକ୍ଟର ସ୍ୱରୂପ ବିକାଶ ମିଶ୍ର ରିହାବିଲିଟେସନ୍‌ କାର୍ଯ୍ୟ ଆରମ୍ଭ କରିବେ । ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମେଡିକାଲ୍‌ ସର୍ଭିସେସ୍‌ର ନିର୍ଦ୍ଦେଶକ ଡକ୍ଟର ଆଲୋକ ଶ୍ରୀବାସ୍ତବ କହିଛନ୍ତି ଯେ, ଆମେ ଶ୍ରବଣ ଦୁର୍ବଳ ରୋଗୀ, ନବଜାତ ଶିଶୁର ଶ୍ରବଣ ଏବଂ ଶ୍ରବଣ ସଂରକ୍ଷଣ ଉପରେ ଧ୍ୟାନ ଦେଇ ଆପୋଲୋ ଶ୍ରବଣ କ୍ଲିନିକ୍‌ ଆରମ୍ଭ କରିବାକୁ ଯାଉଛୁ ଯାହା ଉନ୍ନତ ଇଏନ୍‌ଟି ସର୍ଜରୀରେ ଉତ୍କର୍ଷର କେନ୍ଦ୍ର ହେବାକୁ ଯାଉଛି । ଏହି ଅସ୍ତ୍ରୋପଚାର ବିଷୟରେ ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ଯେ, ଆମ ଡାକ୍ତରଖାନାରେ ଅସ୍ତ୍ରୋପଚାରକରିଥିବା ଉଭୟ ଶିଶୁଙ୍କ ପରିବାର ଲୋକଙ୍କ ମୁହଁରେ ହସ ଫେରାଇ ଆଣିବା ଆମ ସମସ୍ତଙ୍କ ପାଇଁ ବହୁତ ଖୁସିର ବିଷୟ । ପ୍ରତିରୋପଣ ପରେ ରୋଗୀମାନଙ୍କୁ ସ୍ପିଚ୍‌ ଓ ଲାଙ୍ଗୁଏଜ୍‌ ଥେରାପୀ କରିବାକୁ ହେବ । ଏହି ପ୍ରତିରୋପଣ ଯେକୌଣସି ବୟସରେ କରାଯାଇପାରେ କିନ୍ତୁ ଶ୍ରବଣ ସମସ୍ୟା ସହିତ ଜନ୍ମ ହୋଇଥିବା ପିଲାମାନଙ୍କ ପାଇଁ ଶୀଘ୍ର ଚିହ୍ନଟ ସେମାନଙ୍କୁ ସାଧାରଣ ଭାବେ କଥା କହିବା ଅଧିକ ସାହାଯ୍ୟ କରିଥାଏ ।

appolo

Share: