Home » ପ୍ରମୁଖ ଖବର » ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ

ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ

ଦିନ ୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ତେବେ ଏହି ପ୍ରସଙ୍ଗକୁ ନେଇ ଆଜି ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭା ହୁଲସ୍ତୁଲ ହୋଇଛି । ଆଜି ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ରାଜ୍ୟରେ କେତୋଟି ସାମୁଦ୍ରିକ ଥାନା ରହିଛି ସେ ନେଇ ଆଲୋଚନା ହେଉଥିଲା । ତେବେ ଏତିକି ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ରୁଚିକା ମହାନ୍ତି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ପ୍ରଶ୍ନକାଳକୁ ବାଦଦେଇ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇବାକୁ ଦାବି କରି ବିରୋଧୀ ଦଳ ସଦସ୍ୟ ହୋହାଲ୍ଲା କରିଥିଲେ । ତେବେ ବାଚସ୍ପିତି ବିକ୍ରମ କେଶରୀ ଆରୁଖ ବିରୋଧୀ ଦଳ ସଦସ୍ୟମାନଙ୍କୁ ନିଜ ନିଜ ସିଟକୁ ଫେରିଯିବାକୁ କହିଥିଲେ ହେଁ ସେମାନେ କିଛି ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ବାଚସ୍ପତି ଶ୍ରୀ ଆରୁଖ ଗୃହକୁ ଦିନ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ପ୍ରକାଶ ଯେ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଗତ ଶନିବାର କାରୁବାକୀ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ବେଳେ ଏହାକୁ ନେଇ ଘନେଇବାରେ ଲାଗିଛି ବିବାଦ । ୩ ସିନିୟର ଛାତ୍ରୀଙ୍କ ମାନସିକ ନିର୍ୟାତନା ସହି ନ ପାରି ଆତ୍ମହତ୍ୟା କରୁଥିବା ରୁଚିକା ନିଜ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି। ଉକ୍ତ ୩ ଛାତ୍ରୀଙ୍କୁ ଗିରଫ ସହ ଏଥିରେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ଗିରଫଦାରୀ ଦାବିରେ ଗତକାଲି ରାତି ସାରା ଧାରଣାରେ ବସିଛନ୍ତି ରୁଚିକାଙ୍କ ବାପାମା’ । ଝିଅ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି । ନବ ନିର୍ମାଣ ଛାତ୍ର ସଂଗଠନ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛି ।

odisha assembly

Share: