Home » ରାଜନୀତି » ରାଷ୍ଟ୍ରପତି ନିର୍ବାଚନ :ବିଧାନସଭା ସୂଚନା ଫଳକରେ ବିଜ୍ଞପ୍ତି

ରାଷ୍ଟ୍ରପତି ନିର୍ବାଚନ :ବିଧାନସଭା ସୂଚନା ଫଳକରେ ବିଜ୍ଞପ୍ତି

ରାଷ୍ଟ୍ରପତି ନିର୍ବାଚନ :ବିଧାନସଭା ସୂଚନା ଫଳକରେ ବିଜ୍ଞପ୍ତି

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଥିବା ବେଳେ ୨୯ ତାରିଖରେ ଶେଷ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଜୁନ ୩୦ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଜୁଲାଇ ୨ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାର କରିପାରିବେ । ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ୨୧ ତାରିଖରେ ଭୋଟ୍‌ ଗଣତି ହେବ । ଏନେଇ ଓଡ଼ିଶା ବିଧାନସଭା ସୂଚନା ଫଳକରେ ବିଜ୍ଞପ୍ତି ଲାଗିଥିବା ଦେଖିବାକୁ ମିଳିଛି ।

odisha assembly

Share: