Home » ରାଜନୀତି » ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ

 ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସମସ୍ତ ୨୦ ରାଉଣ୍ଡରେ ଟ୍ରେଣ୍ଡ ରହିବା ପରେ ବିଜେପି କଂଗ୍ରେସକୁ ପଛରେ ପକାଇ ବିଜେଡି ବିଜୟୀ ହୋଇଛି । ମୋଟ ୬୫ ହଜାର ୭୯୧ ଭୋଟ ବ୍ୟବଧାନରେ ବ୍ରଜରାଜନଗରରେ ବିଜୟର ବାନା ଉଡାଇଲା ବିଜେଡି । ପ୍ରକାଶ ଯେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବିଜୟ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଆସୁଥିଲା । ଏବେ ଉକ୍ତ ଚର୍ଚ୍ଚା ସତ ହୋଇଛି । ବିଜେଡିର ବିପୁଳ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିଜୟ ଲାଭ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ହରାଇଛନ୍ତି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନକୁ ଖସିଥିବା ଜଣାଯାଇଛି । ତେବେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନେଇ ବର୍ତ୍ତମାନ ସୁଦ୍ଧା ନିର୍ବାଚନ କମିଶନ ଘୋଷଣା କରିନାହାନ୍ତି ।

brajarajnagar

Share: