ଛାତ୍ରୀଙ୍କୁ ମାଡ ମାରି ନକଲି ଶିକ୍ଷୟତ୍ରୀ ଗିରଫ
ବଲାଙ୍ଗୀର: ଇଚ୍ଛାପୁର ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷୟତ୍ରୀ ମାଡ ମାରିବା ଘଟଣାରେ ଟ୍ୱିଷ୍ଟ ସାମ୍ନାକୁ ଆସିଛି । ଦଣ୍ଡମୁକ୍ତ ଅଂଚଳରେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦଣ୍ଡ ଦେବାକୁ ଯାଇ ଶିକ୍ଷୟତ୍ରୀ ମାଡ ମାରିଥିଲେ । ଏନେଇ ଛାତ୍ରୀଙ୍କ ଅଭିଭାବକ ହୋହାଲ୍ଲା ଯୋଗୁଁ ସ୍କୁଲରେ ସିଡବ୍ଲୁସି ଓ ଏବିଇଓ ପହଞ୍ଚିଛନ୍ତି । ପହଞ୍ଚିବା ପରେ ସିଡବ୍ଲୁସି ମାଡ ମାରିଥିବା ଶିକ୍ଷୟତ୍ରୀଙ୍କ ବାବଦରେ ଖୋଳତାଡ କରିଥିଲେ । ଏହି ସମୟରେ ଶିକ୍ଷୟତ୍ରୀଙ୍କ ଭୂଗୋଳ ପଦାକୁ ଆସିଛି । ଶିକ୍ଷୟତ୍ରୀ ଜଣଙ୍କ ନିକଲି ଶିକ୍ଷୟତ୍ରୀ । ୨୦୧୪ ମସିହାଠାରୁ ସେ ଏକ ଏନଜିଓ ସଂସ୍ଥା ଦ୍ୱାରା ସ୍କୁଲରେ ନିଯୁକ୍ତି ହୋଇଥିବା ଜଣାପଡିଛି । ତେବେ ୨୦୧୪ରୁ ଏଯାଏ ଦୁଇ ଦୁଇଟି ହେଡମାଷ୍ଟର ମଧ୍ୟ ପରିବର୍ତ୍ତନ ହୋଇଛନ୍ତି । କିନ୍ତୁ କିଭଳି ଜଣେ ଶିକ୍ଷକ ନହୋଇ କିପରି ଏତେ ବର୍ଷ ହେଲା କିପରି ଶିକ୍ଷକତା କରୁଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସିଡବ୍ଲୁସି ଉକ୍ତ ଏନଜିଓର କର୍ମଚାରୀଙ୍କୁ ଖୋଜୁଛି । ଏନଜିଓର କର୍ମଚାରୀମାନଙ୍କ ପତ୍ତା ମିଳୁନି । ଏ ବାବଦରେ ତଦନ୍ତ କରାଯାଇ ଲିଗାଲ ଆକ୍ସନ ନିଆଯିବ ବୋଲି ସିଡବ୍ଲୁ ପକ୍ଷରୁ ସୂଚନା ମିଳିଛି ।