Home » ପ୍ରମୁଖ ଖବର » ଲାଞ୍ଚ ନେବା ଅଭିଯୋଗରେ ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ୍‌

ଲାଞ୍ଚ ନେବା ଅଭିଯୋଗରେ ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ୍‌

ଲାଞ୍ଚ ନେବା ଅଭିଯୋଗରେ ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ୍‌

ବ୍ରହ୍ମପୁର ୧୨/୦୫ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୂର୍ବତନ ସିଡିଭିଓ (ମୁଖ୍ୟ ଜିଲ୍ଲା ପ୍ରାଣିଧନ ଚିକିତ୍ସା ଅଧିକାରୀ) ଡକ୍ଟର ଜଳଧର ମଲ୍ଲିକଙ୍କୁ ୨ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ରାୟ ଶୁଣାଇଲେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି। ୨୦୧୧ ମସିହା ଜୁନ୍ ୩୦ ତାରିଖରେ ଜଣେ ପ୍ରାଣୀଧନ ନୀରିକ୍ଷକଙ୍କ ବଦଳି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ସେ ଧରା ପଡ଼ିଥିଲେ । କାଶୀନଗର ବ୍ଲକ୍ ଗାଏବାଠାରୁ ଶିଆଳି ବଦଳି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପୂର୍ବତନ ସିଡିଭିଓ।

CDVO

Share: