Home » ପ୍ରଗତି » ପୁରୀରେ ମେଡ଼ିକାଲ କଲେଜ ଉଦଘାଟନ କଲେ ନବୀନ

ପୁରୀରେ ମେଡ଼ିକାଲ କଲେଜ ଉଦଘାଟନ କଲେ ନବୀନ

ପୁରୀରେ ମେଡ଼ିକାଲ କଲେଜ ଉଦଘାଟନ କଲେ ନବୀନ

ବନେଶ୍ୱର : ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଉପସ୍ଥିତ ଥିଲେ । ତେବେ ସେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ । ପୁରୀବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହୋଇଛି ବୋଲି ନବୀନ କହିଛନ୍ତି । ଅପରପକ୍ଷରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟଯେ, ପ୍ରଥମ ବ୍ୟାଚରେ ୧୦୦ ଜଣ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ଜଣ ଛାତ୍ର ହୋଇଥିବାବେଳେ ୩୦ ଜଣ ଛାତ୍ରୀ ଅଛନ୍ତି । ସେହିପରି ଶିକ୍ଷାଦାନ ଲାଗି ୧୫୦ ପ୍ରଫେସର, ରିଡର ଓ ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । କଲେଜରେ ୪୫୦ ଏମବିବିଏସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ୫ ମହଲା ବିଶିଷ୍ଟ ଏକ ହଷ୍ଟେଲର ନିର୍ମାଣ ହୋଇଥିବାବେଳେ ୬୫୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ହସ୍ପିଟାଲ୍‌ ନିର୍ମାଣ କରାଯାଉଛି ।

naveen

Share: