Home » ବ୍ୟବସାୟ » ମାଲକାନଗିରିରେ ପେଟ୍ରୋଲ ୧୧୫.୯୦ ଟଙ୍କା

ମାଲକାନଗିରିରେ ପେଟ୍ରୋଲ ୧୧୫.୯୦ ଟଙ୍କା

ମାଲକାନଗିରିରେ ପେଟ୍ରୋଲ ୧୧୫.୯୦ ଟଙ୍କା

ମାଲକାନଗିରି : ଆଜି ପୁଣି ତୈଳ ଦର ବୃଦ୍ଧି ହେବା ପରେ ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଆକାଶ ଛୁଆଁ ହୋଇଛି। ଜିଲ୍ଲାରେ ତୈଳଦର ସର୍ବାଧିକ ରହିଛି। ପେଟ୍ରୋଲ ଲିଟର ପିଛା ୮୬ ପଇସା ବୃଦ୍ଧି ପାଇ ୧୧୫.୯୦ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ଲିଟର ପିଛା ୮୫ ପଇସା ବୃଦ୍ଧି ପାଇ ୧୦୫.୪୮ ଟଙ୍କାରେ ପହଞ୍ଚିଛି । ପ୍ରକାଶ ଥାଉକି, ପେଟ୍ରୋଲ ଓ ଡିଜେଲ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ବଜାରରେ ଖାଦ୍ୟ ସାମଗ୍ରୀ ଦର ବଢିବାରେ ଲାଗିଛି । ତେବେ ପଡୋଶୀ ରାଜ୍ୟ ଛତିଶଗଡ ସୁକୁମା ଜିଲ୍ଲାରେ ତୈଳ ଦର ୫ ରୁ ୬ ଟଙ୍କା ପର୍ୟ୍ୟନ୍ତ କମ୍ ରହିଛି । ଯାହାକୁ ନେଇ ମାଲକାନଗିରି ଜିଲ୍ଲାର ଗ୍ରାହକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖିବାକୁ ମିଳିଛି । ରାଜ୍ୟ ସରକାର ଟିକସ କମ୍ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

petrol

Share: