ବିଧାନ ପରିଷଦ ପ୍ରସଙ୍ଗ : ଅନୁଧ୍ୟାନ ପାଇଁ ଆନ୍ଧ୍ରପ୍ରଦେଶ ଓ ବିହାର ଯିବ କମିଟି
ଭୁବନେଶ୍ୱର, ୬/୬(ସକାଳଖବର) : ରାଜ୍ୟରେ ବିଧାନ ପରିଷଦ ଗଠନ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିବା ପାଇଁ ଗଠିତ କମିଟି ଖୁବଶୀଘ୍ର ଆନ୍ଧ୍ରପ୍ରଦେଶ ଓ ବିହାର ଗସ୍ତରେ ଯିବେ । ସେଠାରେ ସେମାନେ ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଷଦ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟଯେ, ଓଡ଼ିଶାରେ ଅନ୍ୟ ରାଜ୍ୟମାନଙ୍କ ପରି ଏକ ବିଧାନ ପରିଷଦ ଗଠନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ବିହାର, ଜାମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବିଧାନ ପରିଷଦ ଗଠନ କରାଯାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଆଇନ ପ୍ରଣୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଶା ବିଧାନସଭାରେ ଏକ ସଂକଳ୍ପ ମଧ୍ୟ ଉପସ୍ଥାପିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ରେ ଡକ୍ଟର ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟିରେ ପ୍ରମିଳା ମଲ୍ଲିକ, ଭୁଜବଳ ମାଝୀ, ମନୋହର ରାନ୍ଧାରୀ ଓ ନୀତିଶ ଗଙ୍ଗଦେବ ପ୍ରମୁଖ ବିଧାୟକମାନେ ସଦସ୍ୟ ରହିଛନ୍ତି । ପୂର୍ବରୁ ସେମାନେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତରେ ଯାଇ ସେ ରାଜ୍ୟମାନଙ୍କର ବିଧାନ ପରିଷଦର କାର୍ଯ୍ୟଧାରା ସଂକ୍ରାନ୍ତରେ ଅନୁଧ୍ୟାନ କରିଛନ୍ତି । ଏହି ବିଷୟରେ ଅଧିକ ଅନୁଧ୍ୟାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆନ୍ଧ୍ର ଓ ବିହାର ଗସ୍ତରେ ଯାଇ ସେଠାରେ ବିଧାନ ପରିଷଦ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କମିଟିର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟଯେ, ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା କରାଯାଇଛି । କିନ୍ତ ଓଡ଼ିଶା ପରି ଅଳ୍ପ କେତେକ ରାଜ୍ୟକୁ ବାଦ ଦେଲେ ଅଧିକାଂଶ ବଡ଼ ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି । ବିଧାନ ପରିଷଦରେ ସଦସ୍ୟମାନେ ସାଧାରଣତଃ ପରୋ