Home » ଆଇନ » ବିଏସଏଫ ଯବାନ ମେସରେ ଚଳାଇଲେ ଗୁଳି, ୫ ମୃତ

ବିଏସଏଫ ଯବାନ ମେସରେ ଚଳାଇଲେ ଗୁଳି, ୫ ମୃତ

ବିଏସଏଫ ଯବାନ ମେସରେ ଚଳାଇଲେ ଗୁଳି, ୫ ମୃତ

ଅମୃତସର : ଅମୃତସରର ବିଏସ୍‌ଏଫ୍‌ ମେସ୍‌ରେ ଜଣେ ଯବାନ ଗୁଳି ଚଳାଇଥିବା ଭଳ ଏକ ଖବର ସାମ୍ନାକୁ ଆସିଛି । ଏଥିରେ ଗୁଳି ଚଳାଇଥିବା କନଷ୍ଟେବଳଙ୍କ ସମେତ ପାଞ୍ଚଜଣ ସୀମା ସୁରକ୍ଷା ବାହିନୀ (ବିଏସଏଫ) କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ମାର୍ଚ୍ଚ ୬ ରବିବାର ଦିନ ଏହି ଘଟଣା ଘଟିଛି । ଆହତ ଯବାନଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ଚାରିଜଣ ବିଏସଏଫ ଯବାନଙ୍କ ମୃତଦେହ ଡାକ୍ତରଖାନାରେ ପହଞ୍ଚିଛି । ଏହି ଘଟଣାରେ ଅନ୍ୟ କେତେଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଗୁଳି ଚଳାଇଥିବା ସୈନିକ ମଧ୍ୟ ନିଜକୁ ଗୁଳି ଚଳାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜଣେ ବିଏସ୍‌ଏଫ୍‌ ଅଧିକାରୀ କହିଛନ୍ତି ଯେ ଏକ କୋର୍ଟ ଅଫ୍‌ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ସମସ୍ତ ଆହତଙ୍କୁ ଗୁରୁ ନାନକ ଦେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗୁଳି ଚଳାଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ବିଏସ୍‌ଏଫ୍‌ ଯବାନ । ଅଭିଯୋଗ ହୋଇଛି ଯେ ଡିଉଟି ଠାରୁ ଅଧିକ କାମ କରାଯାଉଥିବାରୁ ଯବାନ ଜଣକ ଏଭଳି ପଦକ୍ଷେପ ନେଇଛନ୍ତି ।

bsf

Share: