Home » ଆଇନ » ସ୍ବାମୀ ନା ସୈତାନ : ମଦ ନିଶାରେ ସ୍ତ୍ରୀକୁ ମାରି ଶାଗବାଡିରେ ପୋତିଦେଲା

ସ୍ବାମୀ ନା ସୈତାନ : ମଦ ନିଶାରେ ସ୍ତ୍ରୀକୁ ମାରି ଶାଗବାଡିରେ ପୋତିଦେଲା

ସ୍ବାମୀ ନା ସୈତାନ : ମଦ ନିଶାରେ ସ୍ତ୍ରୀକୁ ମାରି ଶାଗବାଡିରେ ପୋତିଦେଲା

ତେଲକୋଇ ୧୪।୨: ମଦ ନିଶାରେ ସ୍ତ୍ରୀକୁ ହତ୍ୟା କରି ଶାଗବାଡିରେ ପୋତିଦେଲା ନୃଶଂସ ସ୍ବାମୀ । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ସାଥି ହୋଇ ରହିବାର କଥା ଦେଇଥିବା ସ୍ବାମୀ ସାଜିଲା ସୈତାନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିଙ୍କୁଳାବାହାଳ ଗାଁରେ । ମୃତ ମହିଳା ହେଲେ ବିଳାସ ପ୍ରଧାନ । ଶନିବାର ରାତିରେ ସ୍ବାମୀ ପାଣ୍ଡବ ଉମାନ୍ତ ମଦ ନିଶାରେ ଘରକୁ ଫେରିଥିଲେ । କୌଣସି କାରଣରୁ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡା ହୋଇଥିଲା । ପାଣ୍ଡବ ଉତ୍ତ୍ୟକ୍ତ ହୋଇ ବିଳାସଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ବିଳାସଙ୍କ ପୁଅ ପୋଲିସ ପାଖରେ ପ୍ରକାଶ କରିଛି । ହତ୍ୟା କରିବା ପରେ ଦୋଷ ଲୁଚାଇବାକୁ ଯାଇ ରବିବାର ଦିନ ଭୋର ସମୟରେ ଘରର ପଛ ପାଖରେ ଥିବା ଶାଗ ବାଡିରେ ମୃତଦେହକୁ ପୋତିଥିଲା ପାଣ୍ଡବ। ବିଳାସଙ୍କ ପୁଅଙ୍କଠାରୁ ଏ ସମ୍ପର୍କରେ ଜାଣିବାକୁ ପାଇ ଘର ପଛ ପାଖରେ ରହୁଥିବା ପାଣ୍ଡବଙ୍କ ଭାଇ ଏନେଇ ରବିବାର ଦିନ ଉପର ଓଳି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତେଲକୋଇ ପୋଲିସ ପହଞ୍ଚି ରବିବାର ବିଳମ୍ବିତ ରାତିରେ ମାଟି ତଳୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଥିବାବେଳେ ତଦନ୍ତ ଜାରି ରଖିଛି ।

2345-45678

Share: