ପୋଲିସ୍ କବ୍ଜାରେ ବ୍ରାଉନ୍ସୁଗାର ବେପାରୀ, ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ

କଟକ ୨୭।୦୧: ଥମୁନି ଧଳାଜହର କାରବାର । ଲାଲବାଗ ଥାନା ପୋଲିସ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ପାଣ୍ଡୁଲି ଓରଫ ଅଭିମନ୍ୟୁ ପଣ୍ଡା ଓ ଜାକି ଓରଫ ଜାକେଶ୍ୱର ବେହେରା ବୋଲି ଜଣାପଡିଛି । କଟକ ଡିସିପି ପ୍ରେସ୍ମିଟ୍ରେ ଏହି ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଦୁଇ ଜଣ ବାଲେଶ୍ୱରୁ ଅଳ୍ପ ପରିମାଣରେ ବ୍ରାଉନ୍ସୁଗାର ଆଣି କଟକ ସହରର ବିଭିନ୍ନ ଅଞ୍ଚଳରେ ପୁଡିଆ କରି ବିକ୍ରି କରିଥାନ୍ତେ । ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ୧୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ତେବେ ଜବତ ହୋଇଥିବା ହୋଇଥିବା ବ୍ରାଉନ୍ସୁଗାର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ସେହିପରି ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ଏବଂ ଏକ ବାଇକ୍ ଜବତ ହୋଇଛି । ତେବେ ଏହି ବ୍ରାଉନ୍ସୁଗାର କାରବାରର ଲିଙ୍କ କେଉଁ ପର୍ଯ୍ୟନ୍ତ ଲମ୍ବିଛି । ସେନେଇ ଖୋଲତାଡ଼ କରୁଛି ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ଛାନ୍ଭିନ୍ ଜାରି ରଖିଛି ପୋଲିସ । ଏଭଳି ବ୍ରାଉନ୍ସୁଗାର ବେପାରୀଙ୍କ ଉପରେ କଡ଼ା ନଜର ରଖାଯାଇଥିବା କଟକ ଡିସିପି ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ।