Home » ଅତୀତ » ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ଶୀତ ଦିନ ଆସିଲେ ଭାରି ଅସହ୍ୟ ବୋଧ ହୁଏ । ତ୍ୱଚା ଶୁଖିଲା ଶୁଖିଲା ଲାଗେ । କୌଣସି କାମରେ ମନ ଲାଗେନି । ଥଣ୍ଡା ବା ଶୀତୁଆ ପାଗରେ ତ୍ୱଚା ଶୁଖିଲା ଶୁଖିଲା ହୋଇଯାଏ ଏବଂ ଜୀବନଟା ନିରସ ବୋଧ ହୁଏ । ଗରମ ପାଣି ସ୍ନାନ କରିବା , ହିଟର ଓ ବ୍ଲୋଏରର ଅଧିକ ବ୍ୟବହାର ଠାରୁ ମଧ୍ୟ ସ୍କିନ୍‌ ଧିରେ ଧିରେ ଖରାପ ହୋଇଥାଏ। ଥଣ୍ଡା ପାଗରେ ତ୍ୱଚାର ଖାସ୍‌ ଯତ୍ନ ନେବାକୁ ପଡ଼ିଥାଏ । କିଛି ସ୍ୱତନ୍ତ୍ର ଚିପ୍ସ ଆପଣେଇ ଏହି ଋତୁରେ ମଧ୍ୟ କୋମଳ ଓ ଚମକ ତ୍ୱଚା ପାଇପାରିବେ । ସ୍କିନ୍‌କୁ ମଇସ୍‌ଚରାଇଜ୍‌ ରଖନ୍ତୁ – ଥଣ୍ଡା ସମୟରେ ଚମକ ତ୍ୱତା ପାଇବା ପାଇଁ ଏହାକୁ ମଇସ୍ଚରାଇଜ୍‌ ରଖିବା ବହୁତ ଆବଶ୍ୟକ ଅଟେ । ଏଥିରେ ସ୍କିନ୍‌ର ପ୍ରାକୃତିକ ମଇସଚର ଗୁଣ ରହିଥାଏ । ଏଥିପାଇଁ ଆପଣ ନଡ଼ିଆ ତେଲ , କ୍ୟାଷ୍ଟର ଅଏଲ୍‌ , ଅଲିଭ୍‌ ଅଏଲ୍‌ , ବଟରମିଲ୍କ ଓ କାକୁଡ଼ିକୁ ନ୍ୟାଚୁରାଲ ମଇସଚରାଇଜର ଭାବେ ବ୍ୟବହାର କରିପାରିବେ । ପ୍ରଚୁର ପାଣି ପିଅନ୍ତୁ- ସାଧାରଣ ଭାବେ ଲୋକେ ଥଣ୍ଡା ସମୟରେ କମ୍‌ ପାଣି ପିଇଥାନ୍ତି । ଶରୀରରେ ପାଣିର ମାତ୍ରା କମ୍‌ କାରଣରୁ ମଧ୍ୟ ତ୍ୱଚା ଶୁଖିଲା ହୋଇଯାଏ । ଏଥିପାଇଁ ଥଣ୍ଡା ପାଗରେ ମଧ୍ୟ ଶରୀରରେ ପାଣିର କମ୍‌ ହେବାକୁ ଦିଅନ୍ତୁ ନାହିଁ । ପାଣିର ମାତ୍ରା ବୃଦ୍ଧି କରିବା ପାଇଁ ଆପଣ ଅଳ୍ପ ଉଷୁମ ପାଣି ମଧ୍ୟ ପିଇପାରିବେ । ମୁହଁକୁ ଉଷୁମ ପାଣିରେ ଧୁଅନ୍ତୁ – ଥଣ୍ଡା ପାଗରେ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ମାଂସପେଶୀକୁ ଆରାମ ମିଳିଥାଏ , କିନ୍ତୁ ଏହି ସ୍କିନ୍‌ ପାଇଁ ଭଲ ନୁହେଁ । ମୁହଁକୁ ଗରମ ବା ଥଣ୍ଡା ପାଣି ବଦଳରେ ନଖ ଉଷୁମ ପାଣିରେ ଧୁଅନ୍ତୁ । ଶୋଇବା ପୂର୍ବରୁ ମାଲିସ୍‌ – ଯଦି ଆପଣ ସୁସ୍ଥ ତ୍ୱଚା ଚାହାନ୍ତି, ତ ଶୋଇବା ପୂର୍ବରୁ କୌଣସି ଭଲ ମଇସଚରାଇଜ୍‌ରେ ତ୍ୱଚାକୁ ମାଲିସ୍‌ କରନ୍ତୁ । ଏଥିରେ ଆପଣଙ୍କର ତ୍ୱଚା କୋମଳ ହେବ ଓ ଚମକ ବଢ଼ିବ।

face

Share: