ଥମୁନି ତୈଳଦର, ଆଜି ପୁଣି ବଢ଼ିଲା
ନୂଆଦିଲ୍ଲୀ: ପାର୍ବଣ ଋତୁ ଚାଲିଥିଲେ ମଧ୍ୟ ଲୋକଙ୍କୁ ମହଙ୍ଗା ମାଡ଼ରୁ କୌଣସି ନିସ୍ତାର ମିଳୁନି। ଆଜି କ୍ରମାଗତ ୭ମ ଦିନ ପାଇଁ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ସମଗ୍ର ଦେଶରେ ପେଟ୍ରୋଲର ଲିଟର ପିଛା ୨୬ରୁ ୩୦ ପଇସା ବଢ଼ିଥିବା ବେଳେ ଡିଜେଲ ୩୩ରୁ ୩୭ ପଇସା ବୃଦ୍ଧି ପାଇଛି। ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୩୦ ପଇସା ଏବଂ ୩୫ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୪.୪୪ ଟଙ୍କା ଓ ଡିଜେଲ ୯୩.୧୭ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୨୯ ପଇସା ଓ ଡିଜେଲ ୩୭ ପଇସା ବଢ଼ିଛି। ଫଳରେ ଆଜି ସକାଳୁ ମୁମ୍ବାଇବାସୀ ପେଟ୍ରୋଲ ଲିଟର ପିଛା ୧୧୦.୪୧ ଟଙ୍କା ଓ ଡିଜେଲ ୧୦୧.୦୩ ଟଙ୍କାରେ କିଣୁଛନ୍ତି।