Home » ଅତୀତ » ନିର୍ବାଚନ ଖର୍ଚ୍ଚ ୧୦୦ ଟଙ୍କା

ନିର୍ବାଚନ ଖର୍ଚ୍ଚ ୧୦୦ ଟଙ୍କା

ନିର୍ବାଚନ ଖର୍ଚ୍ଚ ୧୦୦ ଟଙ୍କା

୧୯୩୫ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଘୋର ବିରୋଧ କରିଥିବା କଂଗ୍ରେସ ଶେଷରେ ଓଡ଼ିଶା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲା । ୧୯୩୬ ଜୁଲାଇ ୧୨ରେ ବ୍ରହ୍ମପୁରଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ରଳ ପ୍ରଦେଶ କଂଗ୍ରେସ କମିଟି ବୈଠକରେ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯାଇଥିଲା । ସାଂଗଠନିକ ପାରଦର୍ଶିତା ସତ୍ତ୍ୱେ ତକ୍ରାଳୀନ ଉକ୍ରଳ ପ୍ରଦେଶ କଂଗ୍ରେସ କମିଟି ସଭାପତି ନୀଳକଣ୍ଠ ଦାସଙ୍କୁ କେତେକ କଂଗ୍ରେସ ନେତା ବିରୋଧ କରିଥିଲେ । ଏ କ୍ରମରେ ଗୋପବନ୍ଧୁ ଚୌଧୁରୀ ଓ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସର ଏକ ଗୋଷ୍ଠୀ ନୀଳକଣ୍ଠ ଦାସଙ୍କ ବିରୋଧରେ ଋଣନୀତି ପ୍ରସ୍ତୁତ କରିଥିଲେ । କଂଗ୍ରେସ ବିରୋଧରେ ବ୍ରିଟିଶ ସରକାରଙ୍କ ସମର୍ଥିତ ଗଡ଼ଜାତ ରାଜାଙ୍କ ପକ୍ଷରୁ କନିକା ରାଜା ଏସ୍.ଏନ୍ ଭଞ୍ଜଦେଓଙ୍କ ନେତୃତ୍ୱରେ ଗଠିତ ମିଳିତ ଦଳ(ୟୁନାଇଟେଡ ପାର୍ଟି), ଖଲିକୋଟ ରାଜା ବାହାଦୁରଙ୍କ ଜାତୀୟ ଦଳ (ନ୍ୟାସନାଲ ପାର୍ଟି), ପାରଳାଖେମୁଣ୍ଡି ମହାରାଜାଙ୍କ ସ୍ୱାଧୀନ ଦଳ (ଇଣ୍ଡିପେଣ୍ଡଣ୍ଟ ପାର୍ଟି ) ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ୧୯୩୭ ଜାନୁଆରୀ ୧୮ରୁ ୨୩ ମଧ୍ୟରେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିଲା । ମୋଟ ୬୦ ଆସନରୁ ୫୬ ଆସନରେ ନିର୍ବାଚନ ହୋଇଥିଲା ଓ ୪ ସଦସ୍ୟଙ୍କୁ ରାଜ୍ୟପାଳ (ଗଭର୍ଣ୍ଣର) ମନୋନୀତ କରିଥିଲେ । ୫୬ ଆସନରୁ ୬ଟି ଅନୁସୂଚିତ ଜାତି ଓ ଜନଜାତି, ୨ଟି ମହିଳା, ୪ଟି ମୁସଲମାନ, ୨ଟି ଜମିଦାର, ଖ୍ରୀଷ୍ଟିଆନ ଏବଂ ବାଣିଜ୍ୟ ସଂଗଠନ (ଟିସିଏଚ୍ଡବ୍ଲୁ୍ୟ) ପାଇଁ ଗୋଟିଏ ଲେଖାଏଁ ଆସନ ସଂରକ୍ଷିତ ରହିଥିଲା । ଓଡ଼ିଶାର ୮୨ ଲକ୍ଷ ଲୋକଙ୍କ ମଧ୍ୟରୁ ଚୌକିଦାରୀ ଟିକସ ଦେଉଥିବା ମାତ୍ର ୫,୨୦,୫୮୪ ଲକ୍ଷ ଲୋକଙ୍କୁ ଭୋଟଦାନର ଅଧିକାର ମିଳିଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ୯୪% ଅର୍ଥାତ ୪,୯୦,୩୮୧ ଭୋଟ ଦାନ କରିଥିଲେ । ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୧୨୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୩ ଜଣ ପରାଜିତ ହୋଇଥିଲେ । ୩୨ ଜଣ ଅମାନତ ହରାଇଥିଲେ । ଏହି ନିର୍ବାଚନରେ କଂଗ୍ରେସ ୩୬, ସ୍ୱାଧୀନ ୧୦ ଏବଂ ଗଡ଼ଜାତ ରାଜାଙ୍କ ଦଳ ୧୦ଟି ଆସନରେ ବିଜୟୀ ହୋଇଥିଲେ । ନିର୍ବାଚନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଉକ୍ରଳ ପ୍ରଦେଶ କଂଗ୍ରେସ କମିଟିକୁ ମାତ୍ର ୧୦,୦୦୦ ଟଙ୍କା ଦେଇଥିଲା । ନୀଳକାଣ୍ଡ ଦାସଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା କରାଯାଇଥିଲା ଓ ପ୍ରଦେଶ କଂଗ୍ରେସ ମାତ୍ର ୮,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ । କେତେକ ପ୍ରାର୍ଥୀ ନିର୍ବାଚନୀ ପ୍ରଚାରରେ ୧୦୦ ଟଙ୍କାରୁ ବି କମ୍ ଖର୍ଚ୍ଚ କରିଥିଲେ ।

23/5

Share: