Home » ନୂଅା ଦୁନିଆ » ଅକ୍ଷୟ କୁମାରଙ୍କ ମାତୃ ବିୟୋଗ

ଅକ୍ଷୟ କୁମାରଙ୍କ ମାତୃ ବିୟୋଗ

ଅକ୍ଷୟ କୁମାରଙ୍କ ମାତୃ ବିୟୋଗ

ମୁମ୍ବାଇ : ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆ ୭୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ କିଛି ଦିନ ପୂର୍ବରୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅକ୍ଷୟ ନିଜେ ଟୁଇଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ସେ ମୋର ମେରୁଦଣ୍ଡ । ଅକ୍ଷୟ କହିଛନ୍ତି ଯେ ତାଙ୍କ ପାଇଁ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ଦ୍ୱାରା କରାଯାଇଥିବା ପ୍ରାର୍ଥନାକୁ ମୁଁ ସମ୍ମାନ କରେ । ପୁଅର ୫୪ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଅରୁଣା ଭାଟିଆ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅକ୍ଷୟ କୁମାରଙ୍କ ଜନ୍ମଦିନ ୯ ସେପ୍ଟେମ୍ବରରେ ପଡେ । ଅକ୍ଷୟ ଟ୍ୱିଟରେ ଲେଖିଛନ୍ତି- ମୋ ମା ମୋର ମେରୁଦଣ୍ଡ ଥିଲେ । ଆଜି ମୁଁ ମୋ ଭିତରେ ଏପର ଦୁଃଖ ଅନୁଭବ କରୁଛି, ଯାହା ମୁଁ ସହି ପାରିବି ନାହିଁ । ଆଜି ସକାଳେ ମୋ ମା ଅରୁଣା ଭାଟିଆ ଶାନ୍ତିରେ ଦେହାନ୍ତ କରିଛନ୍ତି । ଏବେ ସେ ମୋ ବାପାଙ୍କୁ ଅନ୍ୟ ଏକ ଦୁନିଆରେ ଭେଟିବେ ।

askhya

Share: