Home » ନୂଅା ଦୁନିଆ » ଭୋପାଳ ବଜାରରେ ମିଳୁଛି ଦାମୀ ଭେଣ୍ଡି, ଦାମ ଜାଣିଲେ ଉଡିଯିବ ହୋସ୍

ଭୋପାଳ ବଜାରରେ ମିଳୁଛି ଦାମୀ ଭେଣ୍ଡି, ଦାମ ଜାଣିଲେ ଉଡିଯିବ ହୋସ୍

ଭୋପାଳ ବଜାରରେ ମିଳୁଛି ଦାମୀ ଭେଣ୍ଡି, ଦାମ ଜାଣିଲେ ଉଡିଯିବ ହୋସ୍

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ମାର୍କେଟରେ ମିଳୁଛି ଦାମୀ ପରିବା । ପରିବା ମାନେ କେବଳ ଭେଣ୍ଡୀ । ତେବେ ଏହି ଭେଣ୍ଡି ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ତା ପୁଣି ଲାଲ୍ ରଙ୍ଗର ଭେଣ୍ଡି । ଭେଣ୍ଡି ତ ସବୁଜ ରଙ୍ଗର ଥାଏ । କିନ୍ତୁ ଲାଲ୍ ତା ପୁଣି ଦାମିକିଆ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ । ଏଠାରେ ୮୦୦ ଟଙ୍କାରେ ମିଳୁଛି କିଲେ ଭେଣ୍ଡି । ଏଠାକାର ଜଣେ ଚାଷୀ ଲାଲ ରାଜପୁତ ଏହି ବିଶେଷ ପ୍ରକାରର ଭେଣ୍ଡି ଚାଷ କରି ଏବେ ଚର୍ଚ୍ଚାରେ । ସେ ଏବେ ଏହି ଚାଷ କରି ମାଲାମାଲ୍ ହୋଇଯାଇଛନ୍ତି । ଏବେ ତାଙ୍କ ପାଖକୁ ଛୁଟିଛି ଲୋକଙ୍କ ସୁଅ । ଯେତିକି କିଣିବା ପାଇଁ ବରଂ ଚାଷ ପ୍ରାଣାଳୀ ଜାଣିବାକୁ ଲୋଗିଛି ଲୋକଙ୍କ ଗହଳି । ଦୂରଦୂରାନ୍ତରୁ ଲୋକ ଆସି ଭେଣ୍ଡି ଚାଷ ବିଷୟରେ ସୂଚନା ନେଉଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଲାଲ ଭେଣ୍ଡିର ମୂଲ୍ୟ ବଜାରରେ ଚଢା ଦରରେ ରହିଛି । ଭୋପାଳ କୃଷକ ମିଶ୍ର୍ରିଲାଲ ରାଜପୁତ ଲାଲ୍ ଭେଣ୍ଡିର ଚାଷ ପାଇଁ ତାଲିମ ନେବାକୁ ବନାରସ ଯାଇଥିଲେ । ସେଠାରେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଜିଟେବୁଲ୍ ରିସର୍ଚ୍ଚ ସେଣ୍ଟରରେ ଲାଲ୍ ଭେଣ୍ଡି ଚାଷ କରିବାର ପଦ୍ଧତି ଶିଖିଲେ । ଏଠାରେ ସୂଚନା ଥାଉକି ଯେ ପୂର୍ବରୁ ଏହି ପ୍ରକାରର ଭେଣ୍ଡି ଇଉରୋପୀୟ ଦେଶମାନଙ୍କରେ ଚାଷ କରାଯାଉଥିଲା ଏବଂ ଏହା ଭାରତୀୟ ବଜାରରେ ଆମଦାନୀ ହେଉଥିଲା ।

ladyfinger-rate-is-rs-800-per-kg

Share: