Home » ନୂଅା ଦୁନିଆ » ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ଯାତ୍ରା ଆରମ୍ଭ

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ଯାତ୍ରା ଆରମ୍ଭ

 ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ଯାତ୍ରା ଆରମ୍ଭ

ମୁମ୍ବାଇ : ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ସଂସ୍କାର ଶ୍ମଶାନରେ ଆରମ୍ଭ ହୋଇଛି । ବ୍ରହ୍ମାକୁମାରୀ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଉଛି । ପିଲାଦିନରୁ ସିଦ୍ଧାର୍ଥ ଏହି ଅନୁଷ୍ଠାନ ସହିତ ଜଡିତ ଥିଲେ । ଶବଦାହ ପଡିଆରେ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ଭିଡ ଲାଗି ରହିଛି । ଗୁରୁବାର ଦିନ ହୃଦଘାତରେ ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କର ମୃତ୍ୟୁ ଘଟିଛି । ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି, ଯେଉଁଥିରେ କୌଣସି ବାହ୍ୟ ଆଘାତର ଉଲ୍ଲେଖ ନାହିଁ । ତେବେ ଡାକ୍ତରମାନେ ଏପର୍ଯ୍ୟନ୍ତ ସେମାନଙ୍କ ମନ୍ତବ୍ୟ ଦେଇନାହାଁନ୍ତି । ଭିସେରାର ଫୋରେନସିକ୍ ପରୀକ୍ଷା ପରେ ହିଁ ସିଦ୍ଧାର୍ଥଙ୍କ ମୃତ୍ୟୁ ବିଷୟରେ ଡାକ୍ତର ଏକ ବିବୃତ୍ତି ଦେବେ ।

sidharth

Share: