Home » ଶିକ୍ଷାୟତନ » ୩୦ ତାରିଖ ଯାଏଁ ସ୍ନାତକ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ମାର୍କସିଟ, ରେଜଲ୍ଟ ପଇଠ କରିବା ଅବଧି ବଢ଼ାଯାଉ
୩୦ ତାରିଖ ଯାଏଁ ସ୍ନାତକ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ମାର୍କସିଟ, ରେଜଲ୍ଟ ପଇଠ କରିବା ଅବଧି ବଢ଼ାଯାଉ
ଭୁବନେଶ୍ୱର: ସ୍ନାତକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଶୀଘ୍ର ବାହାର କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଏହାର ଉତ୍ତର ରଖିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଜୁଲାଇ ମାସରେ ୟୁଜିସି ଗାଇଡ଼ଲାଇନ ଅନୁଯାୟୀ ଅଗଷ୍ଟ ୩୧ ସୁଦ୍ଧା ସ୍ନାତକ ପରୀକ୍ଷା ଶେଷ କରିବା ପାଇଁ କୁହାଯାଇଥିଲା। ସେହିପରି ସେପ୍ଟେମ୍ବର ୩୦ ସୁଦ୍ଧା ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖା ଶେଷ, ଅକ୍ଟୋବର ୧ ସୁଦ୍ଧା ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବା ନେଇ କୁହାଯାଇଥିଲା। ଏହି ଗାଇଡ଼ଲାଇନ ଆଧାରରେ ରାଜ୍ୟର ସମସ୍ତ ସ୍ନାତକୋତ୍ତର ଶେଷ ବର୍ଷ ପରୀକ୍ଷା ୩୧ ତାରିଖ ସୁଦ୍ଧା ଶେଷ ହୋଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବ। ଏହାରି ଭିତରେ କେତେକ କଲେଜରେ ପରୀକ୍ଷା ଫଳ ବାହାରିଛି । ଏଣୁ ୟୁଜିସି ଗାଇଡଲାଇନ ଆଧାରରେ ପିଜି ନାମ ଲେଖା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡିକରେ ସେପ୍ଟେଟର ୩୦ ତାରିଖ ଯାଏଁ ସ୍ନାତକ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ମାର୍କସିଟ ଏବଂ ରେଜଲ୍ଟ ପଇଠ କରିବା ଅବଧି ବଢ଼ାଯାଉ ବୋଲି କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।