Home » ବ୍ୟବସାୟ » ଆପୋଲୋରେ ପେଟ୍ ଗାଇଡେ଼ଡ଼ ବାୟୋପ୍ସି ଚିକିତ୍ସା

ଆପୋଲୋରେ ପେଟ୍ ଗାଇଡେ଼ଡ଼ ବାୟୋପ୍ସି ଚିକିତ୍ସା

  ଆପୋଲୋରେ ପେଟ୍ ଗାଇଡେ଼ଡ଼ ବାୟୋପ୍ସି ଚିକିତ୍ସା

ଭୁବନେଶ୍ବର(ସକାଳଖବର)୩୦ମାର୍ଚ୍ଚ୨୦୨୧: ଭୁବନେଶ୍ୱର ଆପୋଲୋ କର୍କଟ ଚିକିତ୍ସା କେନ୍ଦ୍ରର ନୁ୍ୟକ୍ଲିୟର ମେଡ଼ିସିନ ଚିକିତ୍ସକଙ୍କ ଦ୍ୱାରା ୨ ଜଣ ରୋଗୀଙ୍କଠାରେ ସଫଳତାର ସହ ପେଟ୍ ଗାଇଡେ଼ଡ଼ ବାୟୋପ୍ସି କରାଯାଇଛି । ପରକ୍ୟୁଟାନସ୍ ବାୟୋପ୍ସି ପ୍ରଣାଳୀରେ ପେଟ୍ ଗାଇଡେ଼ଡ଼ ବାୟୋପ୍ସି ଏକ ଅତ୍ୟାଧୁନିକ କୌଶଳ । ସାଧାରଣତଃ ଟ୍ୟୁମର ଟିସୁରେ ଉଭୟ ଜୀବନ୍ତ ଓ ମୃତ କୋଷିକା ରହିଥାଏ । ଏଣୁ ରୋଗ ଚିହ୍ନଟକୁ ଶତ ପ୍ରତିଶତ ସଠିକ୍ କରିବା ନିମନ୍ତେ ଜୀବନ୍ତ କୋଷିକା ଅଞ୍ଚଳରୁ ଟିସୁ ସଂଗ୍ରହ କାର୍ଯ୍ୟ ନୁ୍ୟକ୍ଲିୟର ମେଡ଼ିସିନ ଚିକିତ୍ସକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ପେଟ୍ ଗାଇଡେ଼ଡ଼ ବାୟୋପ୍ସି ଏପରି ଏକ ପ୍ରଣାଳୀ ଯାହା ହିଷ୍ଟୋପାଥୋଲୋଜି ପରୀକ୍ଷଣ ନିମନ୍ତେ ଜୀବନ୍ତ କୋଷିକା ସଂଗ୍ରହ କରିବାରେ ଚିକିତ୍ସକଙ୍କୁ ସହାୟତା କରିଥାଏ । କର୍କଟ ଚିହ୍ନଟ ଓ ଚିକିତ୍ସା କ୍ଷେତ୍ରରେ ଏହା ହେଉଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସୋପାନ । ଏହି ପ୍ରଣାଳୀରେ ରୋଗ ଚିହ୍ନଟ ଶତ ପ୍ରତିଶତ ସଠିକ୍ ହୋଇଥାଏ । ସିଟି ଗାଇଡେ଼ଡ଼ ଓ ୟୁଏସ୍ଜି ଗାଇଡେ଼ଡ଼ ବାୟୋପ୍ସି ତୁଳନାରେ ଏହା ଅଧିକ ନିର୍ଭୂଲ ରହିଥାଏ । ହସ୍ପିଟାଲର ଆଣବିକ ମେଡ଼ିସିନ ପରାମର୍ଶଦାତା ଡାକ୍ତର ସରୋଜ କୁମାର ସାହୁ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ନୂତନ ଚିକିତ୍ସା ପ୍ରଣାଳୀ ବହୁ ରୋଗୀଙ୍କ ପାଇଁ ବରଦାନ ସଦୃଶ ହେବ । ଏହାଦ୍ୱାରା ଚିହ୍ନଟ ଆଗୁଆ ହୋଇପାରିବ । ଏହି ଚକିିତ୍ସାରେ ପିଜିଆଇ, ଚଣ୍ଡିଗଡ଼ରୁ ତାଲିମପ୍ରାପ୍ତ ଡାକ୍ତର ସାହୁ କହିଛନ୍ତି ଯେ,ଏହି ପ୍ରଣାଳୀ ଯୋଗୁଁ ବାରମ୍ବାର ବାୟୋପ୍ସି ଏଡ଼ାଇ ଦିଆଯାଇପାରିବ । ଚିକିତ୍ସା ବ୍ୟବସ୍ଥା ମଧ୍ୟ ତୁରନ୍ତ ଆରମ୍ଭ କରାଯାଇପାରିବ । ଆପୋଲୋ କର୍କଟ ଚିକିତ୍ସା କେନ୍ଦ୍ରରେ ସୁଲଭ ମୂଲ୍ୟରେ ୨ଟି ପ୍ୟାକେଜରେ ଏହା କରାଯାଉଛି । ଗୋଟିଏ ହେଲା ପେଟ୍ ଗାଇଡେ଼ଡ଼ ବାୟୋପ୍ସି ଓ ଅନ୍ୟଟି ହେଲା ପେଟ୍-ସିଟି ହୋଲ ବଡ଼ି ଓ ପେଟ୍ ଗାଇଡେ଼ଡ଼ ବାୟୋପ୍ସି । ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିବା ଏହି ଚିକିତ୍ସାର ସଫଳତା ପାଇଁ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜେସ୍ ଲିମିଟେଡ଼ର ଆଞ୍ଚଳିକ ସିଇଓ ସୁଧୀର ଏମ୍ ଡିଗିକର ଚିକିତ୍ସା କରିଥିବା ଡାକ୍ତର ସାହୁଙ୍କ ନେତୃତ୍ୱାଧିନ ଦଳକୁ ସ୍ୱାଗତ ଜଣାଇଛନ୍ତି । ଓଡ଼ିଶା ଓ ପଡେ଼ାଶୀ ରାଜ୍ୟର ଜନସାଧାରଣଙ୍କୁ ଅତ୍ୟାଧୁନିକ କର୍କଟ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଗ୍ରୁପ ବଦ୍ଧ ପରିକର ବୋଲି ସେ କହିଛନ୍ତି । ଆପୋଲୋ କର୍କଟ କେନ୍ଦ୍ର ଖୁବ୍ ଶୀଘ୍ର ଏକ ରେଫରାଲ କେନ୍ଦ୍ର ହୋଇପାରିବା ନେଇ ସେ ଆଶାବାଦୀ ଅଛନ୍ତି ।

apollo hospital

Share: