Home » ବ୍ୟବସାୟ » ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ମଜିଏମ ମିନେରାଲ୍ସର ୧ କୋଟି ଦାନ

ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ମଜିଏମ ମିନେରାଲ୍ସର ୧ କୋଟି ଦାନ

ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ମଜିଏମ ମିନେରାଲ୍ସର ୧ କୋଟି ଦାନ

ଭୁବନେଶ୍ବର/ପୁରୀ(ସକାଳଖବର)୨୬ମାର୍ଚ୍ଚ୨୦୨୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଭିନ୍ନ କ୍ଷେତ୍ରରୁ ସହାୟତାର ସୁଅ ଛୁଟୁଛି । ଏହି ଯୋଜନାରେ ସାମିଲ ହେବା ପାଇଁ ଏମଜିଏମ ମିନେରାଲ୍ସର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି ୧ କୋଟି ଟଙ୍କା ଦାନ କରିଛନ୍ତି । ଏହି ଦାନ ଅର୍ଥକୁ ସେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ପ୍ରଦାନ କରିଛନ୍ତି । ଏମଏଜିଏମ୍ ମିନେରାଲ୍ସର ସିଆରଏସ୍ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯାଇଛି । ପଙ୍କଜ ଲୋଚନଙ୍କ ସହ କମ୍ପାନୀର ଉପଦେଷ୍ଟା ସରୋଜ କୁମାର ରାୟ ମଧ୍ୟ ଉପସ୍ଥିତ ଥିଲେ ।

mgm minerals

Share: