Home » ବ୍ୟବସାୟ » ଜେଏସପିଏଲକୁ ସମ୍ମାନଜନକ ଶ୍ରେଷ୍ଠ ଯୋଗାଣ ଶୃଙ୍ଖଳା ଉତ୍ପାଦକ ପୁରସ୍କାର

ଜେଏସପିଏଲକୁ ସମ୍ମାନଜନକ ଶ୍ରେଷ୍ଠ ଯୋଗାଣ ଶୃଙ୍ଖଳା ଉତ୍ପାଦକ ପୁରସ୍କାର

ଜେଏସପିଏଲକୁ ସମ୍ମାନଜନକ ଶ୍ରେଷ୍ଠ ଯୋଗାଣ ଶୃଙ୍ଖଳା ଉତ୍ପାଦକ ପୁରସ୍କାର

ଭୁବନେଶ୍ବର/ରାୟପୁର(ସକାଳଖବର)୨୪ମାର୍ଚ୍ଚ୨୦୨୧: ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (ଜେଏସପିଏଲ) ମୁମ୍ବାଇରେ ଅନୁଷ୍ଠିତ ଷଷ୍ଠ ଇଣ୍ଡିଆ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ସମ୍ମାନ ୨୦୨୦ କାର୍ୟ୍ୟକ୍ରମରେ ବର୍ଷର ସମ୍ମାନଜନକ ରେସିଲିଏଣ୍ଟ୍ ଯୋଗାଣ ଶୃଙ୍ଖଳା ପୁରସ୍କାର ରେ ସମ୍ମାନିତ ହୋଇଛି । କୋଭିଡ-୧୯ ପରି କଠିନ ସମୟରେ, ଉଭୟ ଉତ୍ପାଦନ ଏବଂ ଯୋଗାଣକୁ ବଜାୟ ରଖିବା ଏବଂ ଆତ୍ମନିର୍ଭରଶୀଳ ଭାରତର ଲକ୍ଷକୁ ଆଗକୁ ନେବା ପାଇଁ କିପରି ଉତ୍ସର୍ଗୀକୃତ ଭାବରେ କାର୍ୟ୍ୟ କଲା ସେ ବିଷୟରେ ଜେଏସପିଏଲ, ଏହି କାର୍ୟକ୍ରମରେ, ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲା । ସ୍ଥାନୀୟ ଯୋଗାଣକାରୀଙ୍କଠାରୁ କ୍ରୟ, ରିଭର୍ସ ଇଞ୍ଜିନିୟରିଂ, ପରିବହନ ସୁପରିଚାଳନା, ସ୍ବାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡ ପାଳନ କରିବା ଭଳି ଅଭିନବ ପଦକ୍ଷେପ ଏବଂ ଆଭିମୁଖ୍ୟ ନିମନ୍ତେ ଜେଏସପିଏଲ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଜେଏସପିଏଲକୁ “ଟ୍ରାନ୍ସଫର୍ମେସନାଲ ଟିମ୍ ଡ୍ୟୁରିଙ୍ଗ ଟ୍ରାଇଙ୍ଗ ଟାଇମ୍" ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ଭାରତୀୟ ଉଦ୍ୟୋଗ କ୍ଷେତ୍ରର ବହୁ ଭେଟେରାନ ମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଦ୍ଵାରା ଜେଏସପିଏଲକୁ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିଲା ।

jspl

Share: