ପୂର୍ବତନ ବିଡ଼ିଓଙ୍କ ସଂପତ୍ତି ବାଜ୍ୟାପ୍ତ ପାଇଁ ନିଦେ୍ର୍ଧଶ
କଟକ,୨୦ା୫(ସକାଳଖବର): ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗ ଉପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟ ପ୍ରକାଶ କରି ଓଏଏସ-୧ ତଥା ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କ ସଂପତ୍ତି ବାଜ୍ୟାପ୍ତି କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଢେଙ୍କାନାଳ ଜିଲା ରାସୋଳ ଅନ୍ତର୍ଗତ କମାରସାହିରେ ଥିବା ଘରର ଆଂଶିକ ଓ ବ୍ୟାଙ୍କରେ ଜମା ଥିବା ସମୁଦାୟ ୧୩.୭୯ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ପାଇଁ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି । ୩୦ଦିନ ମଧ୍ୟରେ ସଂପତ୍ତି ବାଜ୍ୟାପ୍ତି ପାଇଁ ନିଦେ୍ର୍ଧଶ ରହିଛି । ମାମଲାର ବିବରଣୀରୁ ପ୍ରକାଶ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗକ୍ରମେ ଭିଜିଲାନ୍ସ ପକ୍ଷରୁ ୨୦୦୬ ମସିହା ଫେବୃୟାରୀ ମାସ ୨୮ତାରିଖରେ ତାଙ୍କର ପୈତୃକ ଘର ସମେତ ଅଫିସ ଆଦି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ସମୁଦାୟ ୧୬.୨୦ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରାଯାଇଥିଲା ।