Home » ସ୍ଥାନୀୟ ଖବର » ଆଣ୍ଟିଜେନ କିଟ୍ ଖରାପ ଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୁର୍ଲା ଭିସୁଟ୍ ର ୨୫ ଛାତ୍ରଛାତ୍ରୀ

ଆଣ୍ଟିଜେନ କିଟ୍ ଖରାପ ଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୁର୍ଲା ଭିସୁଟ୍ ର ୨୫ ଛାତ୍ରଛାତ୍ରୀ

ଆଣ୍ଟିଜେନ କିଟ୍ ଖରାପ ଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୁର୍ଲା ଭିସୁଟ୍ ର ୨୫ ଛାତ୍ରଛାତ୍ରୀ

ଭୁବନେଶ୍ୱର(ସକାଳଖବର)୦୨ମାର୍ଚ୍ଚ/୨୦୨୧ :ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ସେ ସୂଚନା ଦେଇଛନ୍ତି।ଗତ ଫେବୃଆରୀ ୨୭ ତାରିଖରେ ବୁର୍ଲା ଭିସୁଟ୍ ରେ ଏକା ସହିତ ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ଚିନ୍ତା ବଢିଥିଲା । ଏମିତି କି ବୁର୍ଲା ଭିସୁଟ ସମ୍ପୂର୍ଣ୍ଣ ଭାବରେ ସଟଡାଉନ୍ ହେବା ସହିତ ପରୀକ୍ଷା ମଧ୍ୟ ସ୍ଥଗିତ ରହିଥିଲା ସଂକ୍ରମଣ ଭୟରେ ।କିନ୍ତୁ ବର୍ତମାନ ସେ ସବୁ ଭୂଲ ପ୍ରମାଣିତ ହୋଇଛି । କରୋନା ଟେଷ୍ଟିଂ କିଟ୍ ଭୂଲ ଥିବାରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ ବୁର୍ଲା ଭିସୁଟ୍ ର ୨୫ ଜଣ ଛାତ୍ରଛାତ୍ରୀ । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

corona

Share: