Home » ସ୍ଥାନୀୟ ଖବର » ଅର୍ଚ୍ଚିତାଙ୍କ ହାତ ଧରିଲେ ସବ୍ୟସାଚୀ

ଅର୍ଚ୍ଚିତାଙ୍କ ହାତ ଧରିଲେ ସବ୍ୟସାଚୀ

ଅର୍ଚ୍ଚିତାଙ୍କ ହାତ ଧରିଲେ ସବ୍ୟସାଚୀ

ଭୁବନେଶ୍ୱର(ସକାଳଖବର)୦୨ମାର୍ଚ୍ଚ/୨୦୨୧ : ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କର ବିବାହ ରାଜସ୍ଥାନରେ ଅନୁଷ୍ଠିତ ହୋଇଛି ,ରାଣୀ ବେଶରେ ସଜେଇ ହୋଇଥିଲେ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା। ତାଙ୍କ ପାଇଁ ରାଜା ହୋଇଥିଲେ ସବ୍ୟସାଚୀ। । ରୂପେଲି ପରଦାର ଏହି ଲୋକପ୍ରିୟ ଯୋଡ଼ି ସବ୍ୟ ଓ ଅର୍ଚ୍ଚିତା ଆଜି ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରଖି ସବୁ ଦିନ ପାଇଁ ଏକ ହୋଇଥିଲେ। ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ରାଜକୀୟ ଶୈଳୀରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି। ବିବାହ ବେଳେ ପରିବାର ବର୍ଗ ଓ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ବିରୁସ୍କା ବଲିଉଡ୍‌ରେ ବିବାହର ଟ୍ରେଣ୍ଡ୍‌ ସୃଷ୍ଟି କଲା ଭଳି ଓଲିଉଡ୍‌ରେ ସବ୍ୟାର୍ଚ୍ଚିତା ବିବାହର ନିଆରା ଶୈଳୀ ଓ ସଂଜ୍ଞା ତିଆରି କରିଛନ୍ତି। ବୋଧହୁଏ ଏଭଳି ରାଜକୀୟ ଓ ବିଶାଳ ଆକାରରେ ଓଲିଉଡ୍‌ର ଅନ୍ୟ କୌଣସି ଯୋଡ଼ିଙ୍କ ବିବାହ ହୋଇନାହିଁ। ବଧୂ ବେଶରେ ଅର୍ଚ୍ଚିତା ଏକ ଲାଲ୍‌ ରଙ୍ଗର ଲେହେଙ୍ଗାରେ କୌଣସି ରାଣୀଠାରୁ କମ୍‌ ଲାଗୁନଥିଲେ। ତାଙ୍କ ସହ ତାଳ ଦେଇ ସବ୍ୟସାଚୀ ଧଳା ରଙ୍ଗର ସେରୱାନୀ ସହ ଗୋଲାପୀ ରଙ୍ଗର ପଗଡ଼ିରେ ମହାରାଜା ଅନ୍ଦାଜରେ ନଜର ଆସିଥିଲେ। ଉଭୟଙ୍କ ବର-କନ୍ୟା ବେଶ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଇଥିଲା ଓ ପ୍ରଶଂସକମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା। ବିବାହ ପୂର୍ବରୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ହଳଦୀ ଉତ୍ସବର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍‌ କରିଥିଲା। ସୂଚନାଯୋଗ୍ୟ, ଗତକାଲି ହଠାତ୍‌ ସାମାଜିକ ଗଣମାଧ୍ୟମରେ ଏହି ଯୋଡ଼ି ନିଜ ବିବାହ ସମ୍ପର୍କରେ ଘୋଷଣା କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ।

sabyachi archit

Share: