Home » ପ୍ରମୁଖ ଖବର » ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ, ମେ ୩ରେ ମାଟ୍ରିକ ପରୀକ୍ଷା

ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ, ମେ ୩ରେ ମାଟ୍ରିକ ପରୀକ୍ଷା

ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ, ମେ ୩ରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର୦୨/୦୨(ସକାଳଖବର):ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ସ୍କୁଲ ଏବେ ଖୋଲିବ ବୋଲି ସରକାର ନିଷ୍ପତି ନେଇଛନ୍ତି । ଆସନ୍ତା ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। ତେବେ ସମସ୍ତଙ୍କ ପାଇଁ ନୁହେଁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି।ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ ବୋଲି ନିର୍ଣ୍ଣୟ ନିଆଯାଇଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ଯାଏଁ ପାଠପଢ଼ା ଓ ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ପାଠପଢ଼ା ହେବ । ଦଶମ, ପ୍ଲସ ୨ ପିଲାଙ୍କ ପାଇଁ ଶନିବାର ଓ ରବିବାର ପାଠପଢା ହେବ । ଶନି, ରବିକୁ ମିଶାଇ ମୋଟ ୧୦୦ ଦିନ ପାଠପଢା ହେବ ।ଦଶମ ବୋର୍ଡ ପରୀକ୍ଷା ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ତାରିଖ ଯାଏଁ ହେବ । ପରୀକ୍ଷା ନେଇ ମାର୍ଗଦର୍ଶିକା ଜାରି କଲେ ସରକାର ।

school opening

Share: