ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୧୫ ନୂଆ କରୋନା ପଜିଟିଭ
ଭୁବନେଶ୍ୱର ୩୧/୧୨(ସକାଳଖବର): ଆଜି ରାଜ୍ୟରେ ଆଜି ୩୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୧ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୩୪ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୬୨୧ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ସଂକ୍ରମିତ ମଧ୍ୟରୁ ଅନୁଗୁଳରୁ ୨୦ଜଣ, ବାଲେଶ୍ବରରୁ ୧୫ଜଣ, ବରଗଡ଼ରୁ ୧୪ଜଣ, ଭଦ୍ରକରୁ ୧ଜଣ, ବଲାଙ୍ଗୀରରୁ ୪୦ଜଣ, କଟକରୁ ୪୧ଜଣ, ଦେବଗଡ଼ରୁ ୨ଜଣ, ଢ଼େଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୫ଜଣ, ଯାଜପୁରରୁ ୧୫ଜଣ, ଝାରସୁଗୁଡ଼ାରୁ ୭ଜଣ, କଳାହାଣ୍ଡିରୁ ୨ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୭ଜଣ, ଖୋର୍ଧାରୁ ୨୪ଜଣ, କୋରାପୁଟରୁ ୩ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୧୭ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ୨୬ଜଣ, ସମ୍ବଲପୁରରୁ ୨୬ଜଣ, ସୁବର୍ଣ୍ଣପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୧୭ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ୬ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୨୯ ହଜାର ୬୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨ ହଜାର ୫୯୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୨୫ ହଜାର ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୭୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୬୯ ଲକ୍ଷ ୪୬ ହଜାର ୯୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି।