Home » ଆଇନ » ଭିଜିଲାନ୍ସ ଜାଲରେ ପିଇଓ

ଭିଜିଲାନ୍ସ ଜାଲରେ ପିଇଓ

ଭିଜିଲାନ୍ସ ଜାଲରେ ପିଇଓ

ଭୁବନେଶ୍ୱର ୨୮/୧୨(ସକାଳଖବର):ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପିଇଓ । ଆର୍ୟବହିଭୁତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଥିବା ଜଣାପଡିଛି । ଭବାନୀପାଟଣା ଗୋଦାମପଡା ସ୍ଥିତ ତିନି ମହଲା କୋଠା ଓ ତାଙ୍କ ନିଜ ଗାଁ କଲମପୁର ବ୍ଲକ ଭେଲା ଗାଁ ରେ ଏକକାଳୀନ ଚଢ଼ାଉ ଚାଲିଛି । ନବରଙ୍ଗପୁର ଡିଏସପିଙ୍କ ନିର୍ଦ୍ଦେଶରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି । ଚଢାଉ ସମୟରେ ସୁନା ଗହଣା , ଜମି ଓ ବିମା କାଗଜପତ୍ର ,ଏଟିଏମ କାର୍ଡ଼ ଆଦି ଜବତ କରାଯିବା ସହ ଅଧିକ ତଥ୍ୟ ନିମନ୍ତେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । ଏହି ଚଢାଉ ରେ ଭିଜିଲାନ୍ସ ବିଭାଗର ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ନବରଙ୍ଗପୁର ଡିଏସପି କଲାବତି ବାଗଙ୍କ ନେତୃତ୍ବରେ ଚଢାଉ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ତାହାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ବରଗଡ଼ ଗାଇସିଲେଟ ତାଲପାଲି ପଞ୍ଚାୟତ ପିଇଓ ଘରେ ଭିଜିଲାନ୍ସ ବିଭାଗର ଜୋରଦାର ଚଢ଼ାଉ ଚାଲିଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦ ଙ୍କ ଗାଇସିଲେଟ ସ୍ଥିତ ବାସଭବନରେ ଚଢାଉ ଚାଲିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଜାରି ରହିଛି ।

vigilance raid

Share: