Home » ସ୍ଥାନୀୟ ଖବର » ଖୋଲିଲା ଭଦ୍ରକ ଆଖଣ୍ଡଳମଣି ମନ୍ଦିର

ଖୋଲିଲା ଭଦ୍ରକ ଆଖଣ୍ଡଳମଣି ମନ୍ଦିର

ଖୋଲିଲା ଭଦ୍ରକ ଆଖଣ୍ଡଳମଣି ମନ୍ଦିର

ଭୁବନେଶ୍ୱର ୨୮/୧୨(ସକାଳଖବର): ଦୀର୍ଘ ୯ ମାସର ଅପେକ୍ଷା ପରେ ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ତେବେ କରୋନା କଟକଣା ମଧ୍ୟରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଆଜି ଖୋଲିଛି ଭଦ୍ରକ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ବାବାଙ୍କ ଦର୍ଶନ ପାଇବେ। ଏହାପର ୨ ଦିନ ସ୍ଥାନୀୟ ଲୋକ ଏବଂ ତାଦ ପରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିବ। ତେବେ ଦର୍ଶନ ନିମନ୍ତେ ପୂର୍ବରୁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ ହୋଇଛି । ଏହା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ମନ୍ଦିର ମଧ୍ୟକୁ ଛଡାଯାଉଛି। ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ କରିବେ ଭକ୍ତ । ଆସନ୍ତା ୩୦ ଓ ୩୧ ତାରିଖରେ ସ୍ଥାନୀୟ ଲୋକ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ ଲୋକ କୋଭିଡ ନିୟମ ଅନୁଯାୟୀ ପରିଚୟପତ୍ର ଦେଖାଇ ଦର୍ଶନ କରିପାରିବେ। ନୂଆବର୍ଷକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ।

akhandlamani temple

Share: