ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୯୪ ଲକ୍ଷ ଟପିଲା, ୨୪ ଘଣ୍ଟାରେ ୪୮୨ ମୃତ
ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୩୧ ହଜାର ୧୧୮ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୪ ଲକ୍ଷ ଟପିଯାଇଛି । ୪୮୨ ଜଣ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୯୪୬୨୮୦୯ ରେ ପହଞ୍ଚିଛି । ଏହା ମଧ୍ୟରୁ ୪୩୫୬୦୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୩୭୬୨୧ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୮,୮୯୫୮୫ ରେ ପହଞ୍ଚିଛି ।