ଗୁରୁ ଦୟାନିଧି ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
କଟକ, ୧୦/୬: ଅରୁଣୋଦୟ ନଗରସ୍ଥିତ ଦୟାନିଧି ସ୍ମୃତି କଳାପରିଷଦ ପକ୍ଷରୁ ସ୍ୱର୍ଗତ ଗୁରୁ ଦୟାନିଧି ଦାସଙ୍କ ଜୟନ୍ତୀ ଉତ୍ସବ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସଂଜିତ ପଟ୍ଟନାୟକ, ଦୈତାରୀ ସାହୁ, ଦେବରାଜ ମିଶ୍ର, ସାମ୍ବାଦିକ ଆଲୋକ ପତି, ଡ଼କ୍ଟର ନିମାଇଁ ଚରଣ ମହାନ୍ତ. ଶ୍ୟାମ ସୁନ୍ଦର ସାହୁ, ଶାଶ୍ୱତ ସୁନ୍ଦରାୟ ପ୍ରମୁଖ ଯୋଗ ଦେଇ ଓଡ଼ିଶୀ ନୃତ୍ୟ, ସଂଗୀତ ଓ ନାଟକ ପ୍ର୍ରତି ସ୍ୱର୍ଗତ ଦୟାନିଧି ଦାସଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ଘ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।